ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର
ଖୋର୍ଦ୍ଧା,୨/୯- ବେଗୁନିଆ ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ଆତ୍ମନିର୍ଭରଶୀଳ ହେବା ପାଇଁ ଅର୍ଥ ରାଶି ପ୍ରଦାନ କରିଥିଲେ । ବର୍ତ୍ତମାନ ସମୟରେ କରୋନା ମହାମାରୀ ଯୋଗୁଁ ସାରା ଦେଶ ଓ ରାଜ୍ୟରେ ତାଲାବନ୍ଦ ଯୋଗୁଁ ଆର୍ଥିକ କାରବାର ମାନ୍ଦା ଅବସ୍ଥାକୁ ଚାଲି ଆସିଥିଲା । ସରକାର ଏହାର ଗୁରୁତ୍ୱକୁ ଉପଲବ୍ଧି କରି ନ କରିବା ପାଇଁ ଅଗଷ୍ଟ ମାସ ଶେଷ ସୁଦ୍ଧା ଋଣ ଆଦାୟ ଆଦାୟ ନ କରିବା ପାଇଁ ଘୋଷଣା କରିଥିଲେ । ଏଥିରୁ କିଛି ଅର୍ଥ ଲଗାଣକାରୀ ସଂସ୍ଥା ସରକାରଙ୍କ ନିର୍ଦେଶକୁ ବେଖାତିର କରି ମହିଳା ଗୋଷ୍ଠୀ ସଦସ୍ୟମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଅର୍ଥ ସହ ସୁଧ ନେବା ପାଇଁ ଜିଦ ଧରି ବସିଥିଲେ । ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁଁ ମାନ୍ଦାଵସ୍ଥା ଯୋଗୁଁ ଋଣ ସହଜରେ ପରିଶୋଧ ହୋଇପାରୁ ନଥିବା ବେଳେ ଆଉ ଅଧିକ ସମୟ ବୃଦ୍ଧି କରିବା ପାଇଁ ଶତାଧିକ ମହିଳା ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀଙ୍କୁ ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।