Wednesday, October 28, 2020
Home ଖବର ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି...

ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି…

ବିଜେପି ନେତାଙ୍କ ବିବାଦୀୟ ବୟାନ…

ଭାରତୀୟ ପରମ୍ପରାର ତଥାକଥିତ ରକ୍ଷକ ବୋଲି ଦାବି କରୁଥିବା ବିଜେପି ନେତାମାନେ କିଭଳି ବଡ଼ମାନଙ୍କର ଅସମ୍ମାନ କରନ୍ତି ଏବଂ ବିବାଦୀୟ ବୟାନ ଦିଅନ୍ତି ତାହା କାହାକୁ ଅଛପା ନାହିଁ।ଏମାନେ ବୈଜ୍ଞାନିକ ଚିନ୍ତାଧାରା ବିରୋଧରେ ମଧ୍ୟ ଅନେକ ହାସ୍ୟାସ୍ପଦ ମନ୍ତବ୍ୟ ମାନ ଦିଅନ୍ତି।ଏକ ସର୍ବେକ୍ଷଣ ଅନୁସାରେ ବିଗତ ୬ବର୍ଷରେ ବିଜେପି ନେତାମାନେ ହି ସବୁଠୁ କଦର୍ଯ୍ୟ ଓ ଅଶାଳୀନ ଶବ୍ଦ ବ୍ୟବହାର କରିଛନ୍ତି।ଆସନ୍ତୁ ସେହିପରି କିଛି ବିବାଦୀୟ ବୟାନ ସମ୍ପର୍କରେ ଜାଣିବା।

୨୦୧୪ମସିହାରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଅଦିତ୍ୟନାଥ ସଂଖ୍ୟାଲଘୁଙ୍କୁ ଆକ୍ଷେପ କରି କହିଥିଲେ “ଯଦି ଅପରପକ୍ଷ ଶାନ୍ତିରେ ରହୁନି,ତାହେଲେ ଖୁସିରେ କେମିତି ରହିପାରିବେ ଆମେ ଶିଖେଇଦେବୁ,ଯେଉଁ ଭାଷା ସେମାନେ ବୁଝିପାରିବେ,ସେ ଭାଷାରେ ବୁଝେଇଦେବୁ”।
୨୦୧୫ରେ ସାଂସଦ ଥିବାବେଳେ ସେ କହିଥିଲେ “ହଫିଜ ସଇଦିର ଭାଷା ଏବଂ ଶାହରୁଖ ଖାଁଙ୍କ ଭାଷା ମଧ୍ୟରେ କିଛି ଫରକ ନାହିଁ”। ସେହିପରି ୨୦୦୭ରେ ଗୋରଖପୁରର ବୟାନ ସବୁ ସୀମା ଟପିଯାଇଥିଲା।ସେ କହିଥିଲେ “ଯଦି ସେମାନେ ଜଣେ ହିନ୍ଦୁଙ୍କୁ ମାରିଦେବେ,ତାହେଲେ ଆମେ ୧୦୦ମୁସଲିମଙ୍କୁ ମାରିଦେବୁ”।

କର୍ଣ୍ଣାଟକର ବିଜେପି ସାଂସଦ ଅନନ୍ତ କୁମାର ହେଗଡେ ୨୦୧୬ରେ କହିଥିଲେ “ଯେତେଦିନ ପର୍ଯ୍ୟନ୍ତ ଇସଲାମ ପୃଥିବୀରେ ଅଛି ସେତେଦିନ ପର୍ଯ୍ୟନ୍ତ ଆତଂକବାଦର ଶେଷ ନାହିଁ।ଆମେ ଯଦି ଇସଲାମକୁ ଶେଷ କରିପାରିବା ନାହିଁ,ଆମେ ଆତଂକବାଡଦକୁ ଶେଷ କରିପାରିବା ନାହିଁ”। ୨୦୧୭ରେ ମନ୍ତ୍ରୀ ହେବାପରେ ସେ କହିଥିଲେ ଯେ “ଦରକାର ପଡ଼ିଲେ ସରକାର ସମ୍ବିଧାନର ମୁଖବନ୍ଧରୁ ଧର୍ମନିରପେକ୍ଷ ଶବ୍ଦକୁ ହଟେଇଦେବାକୁ ପଛାଇବେ ନାହିଁ।ଯେଉଁମାନେ ନିଜକୁ ଧର୍ମନିରପେକ୍ଷ ବୋଲି କହୁଛନ୍ତି,ସେମାନଙ୍କୁ ନିଜ ରକ୍ତ ସମ୍ବନ୍ଧରେ କିଛି ଜଣାନାହିଁ”।

କାଠୁଆରେ ୮ବର୍ଷର ଝିଅ ଉପରେ ଘଟିଥିବା ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ବିଜେପିର ସମର୍ଥନ ଦେଇ ଏ ପ୍ରସଙ୍ଗରେ ଜମ୍ମୁକାଶ୍ମୀର ଉପମୁଖ୍ୟମନ୍ତ୍ରୀ ବିଜେପି ନେତା ରବୀନ୍ଦ୍ର ଗୁପ୍ତା କହିଥିଲେ “କାଠୁଆ ଘଟଣା ଏକ ମାମୁଲି ଓ ଛୋଟ ଘଟଣା ଏବଂ ଏହାକୁ ବିଶେଷ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ନାହିଁ”।

ଉତ୍ତରପ୍ରଦେଶ ବିଜେପି ବିଧାୟକ ସୁରେନ୍ଦ୍ର ସିଂ କହିଥିଲେ ଭାରଟ୍ରେ ରାମଚନ୍ଦ୍ର ଶାସନ କଲେ ମଧ୍ୟ ବଳାତ୍କାରକୁ ରୋକିପାରିବେ ନାହିଁ।

ଉତ୍ତରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବାରିଷ୍ଟ ନେତା ରମେଶ ପୋଖରୀୟଲ ଲୋକସଭାରେ କହିଥିଲେ “ବିଜ୍ଞାନ ଜ୍ୟୋତିଷ ଶାସ୍ତ୍ର ସମ୍ମୁଖରେ ବାମନ ସଦୃଶ।ଜ୍ୟୋତିଷ ଶାସ୍ତ୍ର ସବୁଠାରୁ ବଡ଼ ବିଜ୍ଞାନ।ଆଜି ବିଜ୍ଞାନ ଯାହା କରୁଛି,ସେହି ସବୁ ବିଷୟ ଆମ ମୁନିଋଷିମାନେ ବହୁ ଆଗରୁ କରି ସାରିଛନ୍ତି।ଲକ୍ଷେ ବର୍ଷ ପୂର୍ବେ ଋଷି କନାଦ ପରମାଣୁ ବୋମା ପ୍ରୟୋଗ କରିଥିଲେ!!” ଏକବିଂଶ ଶତାବ୍ଦୀରେ ଏହାଠାରୁ ବଳି ହାସ୍ୟାସ୍ପଦ ଆଉ କଣ ହୋଇପାରେ!!!

କେରଳ ସରକାର ସବରୀମାଳା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ନିଜର ସାମ୍ବିଧାନିକ ଦାୟିତ୍ୱକୁ ସମ୍ପାଦନ କରୁଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ “ଆସ୍ଥା ଉପରେ ଆଇନର ଅଙ୍କୁଶ ଲାଗିପାରିବ ନାହିଁ। ତାଙ୍କ ଦଳ ଅୟପ୍ପା ଭକ୍ତମାନଙ୍କ ପଛରେ ପାହାଡ଼ ପରି ଛିଡା ହୋଇଛି ଏବଂ ଧର୍ମ ବିଶ୍ୱାସ ପାଇଁ ଯୁଦ୍ଧ କରିବାକୁ ପ୍ରସ୍ତୁତ”। ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକି ତତ୍କାଳୀନ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଅମାନ୍ୟ କରିବା କି ପ୍ରକାର ଆଚରଣ ଅପଣମାନେ ବିଚାର କରନ୍ତୁ।

ଏଭଳି ଅନେକ ବିବାଦୀୟ ବୟାନବାଜି କରିଛନ୍ତି ବିଜେପି ନେତାମାନେ। ଭଲ ଲାଗିଲେ ସେୟାର କରିବାକୁ ଅନୁରୋଧ।

ଭାରତ ମାତା କି ଜୟ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ଖୋର୍ଦ୍ଧା, ତା୧୨/୧୦- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ-୧୯ ନିୟମକୁ ଉଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ବିଜେଡି...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର,୩୧ ୟୁନିଟ ସଂଗ୍ରହ

ଖୋର୍ଦ୍ଧା, ତା୧୨/୧୦-ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତୀର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରୁ ମୋଟ...

ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି…

ବିଜେପି ନେତାଙ୍କ ବିବାଦୀୟ ବୟାନ… ଭାରତୀୟ ପରମ୍ପରାର ତଥାକଥିତ ରକ୍ଷକ ବୋଲି ଦାବି କରୁଥିବା ବିଜେପି ନେତାମାନେ କିଭଳି ବଡ଼ମାନଙ୍କର ଅସମ୍ମାନ କରନ୍ତି ଏବଂ ବିବାଦୀୟ...

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର ଖୋର୍ଦ୍ଧା,୨/୯- ବେଗୁନିଆ ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ...