ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ ସଂସ୍କୃତିପ୍ରେମୀ,ପରୋପକାରୀ, ମେଳାପୀ,ସଙ୍ଗଠକ ଓ ଧର୍ମପରାୟଣ ବ୍ୟକ୍ତି ଭାବରେ ପରିଚିତ ଥିଲେ ।ତାଙ୍କ ମର ଶରୀରକୁ ଗ୍ରାମ୍ୟ ପରିକ୍ରମା କରି ଏକମାତ୍ର ପୁତ୍ର ସର୍ବେଶ୍ୱର ବେହେରା ମୁଖାଗ୍ନି ଦେବା ପରେ ଅନ୍ତେଷ୍ଟିକ୍ରିୟା ସମାପନ ହୋଇଥିଲା । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।