Friday, July 30, 2021
Home ଖବର ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ ନେଇ ଏବେ ବିରାଟ ଏବଂ ଅନୁଷ୍କାଙ୍କ ମଧ୍ୟରେ ତୁତୁ ମେଂମେଂ ଚାଲିଛି।ପ୍ରକୃତ କଥା ହେଲା ମହାମାରୀ କରୋନା ସମୟରେ କଳାକାରଙ୍କ ଥ୍ରୋବ୍ୟାକ୍‌ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ସଲମାନ୍‌ ଖାନ୍‌, ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ ଏକ କାହାଣୀ ଭାଇରାଲ ହେଉଛି।

ବର୍ତ୍ତମାନ ଦେଖିବାକୁ ଗଲେ ବଲିଉଡର ଭାଇଜାନ ସଲମାନ୍‌ ତାଙ୍କ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବାବେଳେ ଅନୁଷ୍କା ନିଜ ଝିଅ ସହ ସମୟ ବିତାଉଛନ୍ତି।
ତେବେ ସଲମାନ୍‌-ଅନୁଷ୍କା ୨୦୧୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ସୁଲତାନ୍‌ରେ ଏକାଠି କାମ କରିଥିଲେ। ଏହି ଫିଲ୍ମ ଏହା ସେହି ବର୍ଷର ସବୁଠାରୁ ହିଟ୍‌ ଫିଲ୍ମ ହୋଇଥିଲା। ଏଥିରେ ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକଙ୍କ ବେଶ ସମର୍ଥନ ମିଳିଥିଲା। ଫିଲ୍ମର ପ୍ରମୋଶନରେ ଅନୁଷ୍କା-ସଲମାନ୍‌ଙ୍କୁ ସବୁ ସମୟରେ ଏକାଠି ଦେଖିବାକୁ ମିଳୁଥିଲା।

ହେଲେ ଅନୁଷ୍କା ଯେତେବେଳେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବିବାହ କଲେ ସେ ପାର୍ଟିକୁ ସଲମାନ୍‌ଙ୍କ ଡାକି ନ ଥିଲେ।


ପ୍ରକୃତ କଥା ହେଲା, ୨୦୧୫ରେ ସଲମାନ୍‌ ଏକ ଅଳଙ୍କାର ଦୋକାନର ଲଞ୍ଚିଂ ପାଇଁ ଦୁବାଇ ଯାଇଥିଲେ। ଏହି ଅବସରରେ ସଲମାନ୍‌ଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିଲା। ଏପରିକି ସଲମାନ୍‌ଙ୍କୁ ବିରାଟଙ୍କ ସହ ମଧ୍ୟ ତୁଳନା କରାଗଲା। ବିରାଟ-ଅନୁଷ୍କାଙ୍କ ମଧ୍ୟରେ ଯେତେବେଳେ ସଲମାନ୍‌ଙ୍କୁ ନେଇ କିଛି କୁହାଯାଇଥିଲା ସେ ତାହାକୁ ଖାରଜ କରିଥିଲେ। ଏଥିସହ ସଲମାନ୍‌ ବିରାଟଙ୍କୁ ମେଟ୍ରୋସେକ୍ସୁଆଲ ବୋଲି କହିଥିଲେ। ଏହାର ଅର୍ଥ ହେଉଛି, ଯେଉଁ ବ୍ୟକ୍ତି ନିଜ ଲୁକ୍‌କୁ ନେଇ ବହୁତ ଚିନ୍ତା କରିଥାଏ ଏବଂ ସପିଂ ପାଇଁ ସବୁଠାରୁ ଅଧିକ ସମୟ ବିତାଇଥାଏ। ଏହାପରେ ସଲମାନ୍‌ ନିଜ କଥାକୁ ବଦଳାଇ ଦେଇଥିଲେ। ମାତ୍ର ସଲମାନ୍‌ଙ୍କ ଏହି କଥା ବିରାଟଙ୍କୁ ଆଦୌ ହେଲେ ପସନ୍ଦ ଆସି ନ ଥିଲା। ତେଣୁ ସେ ନିଜ ବିବାହ ପାର୍ଟିକୁ କ୍ରିକେଟ ଏବଂ ବଲିଉଡ୍‌ର ଅଧିକାଂଶ ବ୍ୟକ୍ତିଙ୍କୁ ଡାକିଥିବା ବେଳେ ସଲମାନ୍‌ଙ୍କୁ ଡାକି ନ ଥିଲେ। ବିରାଟ ସଲମାନ୍‌ଙ୍କୁ ଏହି କାରଣ ପାଇଁ ପସନ୍ଦ କରନ୍ତି ନାହିଁ ବୋଲି ମଧ୍ୟ କୁହାଯାଏ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...