ଆଜି ହେଉଛି ଅନ୍ତର୍ଜାତୀୟ “ଖୁସି ଦିବସ”..
କେଉଁ ଦେଶର ଲୋକ କେତେ ଖୁସି ଅଛନ୍ତି…146ଟି ଦେଶକୁ ନେଇ କରାଯାଇଥିବା ସର୍ଭେରେ ଭାରତ 136ତମ ସ୍ଥାନରେ ରହିଛି।ଗତବର୍ଷ 139ରେ ଭାରତ ରହିଥିବା ବେଳେ ଏବର୍ଷ ୩ଟିସ୍ଥାନରେ ଉନ୍ନତି ଘଟିଛି।
ଦୁର୍ଭାଗ୍ୟର ବିଷୟ ହେଲା ଦକ୍ଷିଣ ଏସିଆରେ କେବଳ ଭାରତ ତଳକୁ ଆଫଗାନିସ୍ତାନ ହିଁ ରହିଛି।ଆଫଗାନିସ୍ତାନ ସବା ଶେଷ ସ୍ଥାନରେ ରହିଛି ଏହି ତାଲିକାର।ଏପରିକି ଆତଙ୍କି ଦେଶ ପାକିସ୍ତାନ ଭରତଠୁ ଉନ୍ନତ ପ୍ରଦର୍ଶନ କରିବା ସହିତ 121 ନମ୍ବର ସ୍ଥାନରେ ରହିଛି।ସେହିପରି ଋଣଭାରରେ ଉବୁଟୁବ୍ଜ ହେଉଥିବା ଶ୍ରୀଲଙ୍କା ମଧ୍ୟ ଭରତଠୁ ଉପରେ 127ତମ ସ୍ଥାନରେ ରହିଛି।ଆଉ ନେପାଳ ଏହି ତାଲିକାର 84ତମ ସ୍ଥାନରେ ଥିବାବେଳେ ବାଂଲାଦେଶ 94ତମ ସ୍ଥାନରେ ରହିଛି।
ବିଗତ ଦଶବର୍ଷ ଧରି ଭାରତ ତଳକୁ ତଳକୁ ଖସିବାରେ ଲାଗିଛି ନିଜ ଦେଶର ନାଗରିକଙ୍କୁ ଖୁସି ଦେବା ତାଲିକାରେ।ଯାହାକି ଚିନ୍ତା ବଢ଼ାଉଛି ଦେଶର ଚିନ୍ତା-ନାୟକମାନଙ୍କର।ଦେଶର ନାଗରିକଙ୍କ ଆୟ,ଜିଡିପି,ସାମାଜିକ ବ୍ୟବସ୍ଥା,ନାଗରିକମାନଙ୍କ ପରସ୍ପର ଉପରେ ବିଶ୍ୱାସ,ବ୍ୟକ୍ତି ସ୍ୱାଧୀନତା ଏବଂ ଦେଶରେ କେତେମାତ୍ରାରେ ଦୁର୍ନୀତି ହୁଏ ତାକୁ ଆକଳନକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଏ।
ଏବେ ନଜର ପକେଇବା ବିଗତ କିଛିବର୍ଷର ତାଲିକା ଉପରେ..
2021ରେ ଭାରତ 149 ଦେଶଙ୍କୁ ନେଇ ହୋଇଥିବା ସର୍ଭେରେ 139ତମ ସ୍ଥାନରେ ରହିଥିଲା।
2020ରେ ଭାରତ ଏହି ତାଲିକାର 144ତମ ସ୍ଥାନ ହାସଲ କରିଥିଲା।
2019ରେ 140
2018ରେ 133
2017ରେ 122ତମ ସ୍ଥାନ
2016ରେ 157 ଦେଶଙ୍କୁ ନେଇକରାଯାଇଥିବା ସର୍ଭେରେ ଭାରତ ଏହି ତାଲିକାର 118ନମ୍ବର ସ୍ଥାନରେ ଥିଲା।
ଦେଶରେ ଲଗାତାର ଲୋକଙ୍କ ଖୁସି ଗାୟବ ହେବାରେ ଲାଗିଛି ବର୍ଷ ପରେ ବର୍ଷ।ଦେଶର ବଡ଼ ଦାୟିତ୍ୱ ହେଲା ନିଜ ନାଗରିକଙ୍କୁ ସମୃଦ୍ଧ ରଖିବା ଏବଂ ଖୁସି ରଖିବା।ଯାହାକି କରିବାରେ ଦେଶ ବିଫଳ ହୋଇଛି ଏହି ରିପୋର୍ଟ ଅନୁସାରେ।
ଏହାର ୨ଟି ସମାଧାନ..
ପ୍ରଥମ ହେଲା..କଣ ପାଇଁ ନାଗରିକ ଖୁସି ନାହାନ୍ତି ,ଆଉ ସ୍ଥିତି ଖରାପ ହେଉଛି ଲଗାତାର ଭାବେ ତାକୁ ଅନୁଶୀଳନ କରି ସେହି ଅନୁସାରେ ଯୋଜନା ପ୍ରସ୍ତୁତ କରିବା ଏଥିରେ ଉନ୍ନତି ଘଟେଇବା ପାଇଁ।
ଦ୍ଵିତୀୟ ହେଲା..
ଏସବୁ ସର୍ଭେକୁ ମିଛ କହି ..ଆମେ ଠିକ ଅଛୁ,ଆମକୁ ଅନ୍ତର୍ଜାତୀୟ ସ୍ତରରେ ବଦନାମ କରିବା ପାଇଁ ଏହା ବିରୋଧୀଙ୍କ ଚାଲ ବୋଲି କହି ଚୁପ ବସିଯିବା।ଯାହାକି ସରକାରଙ୍କ ପାଇଁ ସହଜ କାର୍ଯ୍ୟ।
ହଁ, ଶେଷରେ କହୁଛି ଫିନଲାଣ୍ଡ ବିଶ୍ୱର ସବୁଠୁଁ ଖୁସି ଦେଶର ମାନ୍ୟତା ଲଗାତାର ପଞ୍ଚମ ଥର ପାଇଁ ପାଇଥିବା ବେଳେ।ଏହି ତାଲିକାର ଦ୍ଵିତୀୟ,ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଡେନମାର୍କ, ଆଇସିଲାଣ୍ଡ,ସ୍ୱିଜରଲାଣ୍ଡ ଏବଂ ନେଦରଲ୍ୟାଣ୍ଡ ରହିଛନ୍ତି।ସେହିପରି ଆମେରିକା 16ତମ ସ୍ଥାନରେ ରହିଥିବା ବେଳେ ବ୍ରିଟେନ 17 ଏବଂ ଫ୍ରାନ୍ସ 20ତମ ସ୍ଥାନରେ ରହିଛି।
Apukatha
ଅପୂର୍ବ ରଞ୍ଜନ ପଣ୍ଡା