Sunday, October 24, 2021
Home ଆସ ଭଲ ମଣିଷ ହେବା ନିର୍ଭୀକ ଏବଂ ସାହସୀ..

ନିର୍ଭୀକ ଏବଂ ସାହସୀ..

ନିର୍ଭୀକ ଏବଂ ସାହସୀ..

ଗାଁରେ ଆମର ଥିବା ଜମି(କ୍ଷେତ) ମଧ୍ୟରୁ ଗୋଟେ ଜମିର ନାମ କଇଁଥ କିଆରୀ।ବୋଧହୁଏ ପୂର୍ବରୁ ସେହି ଅଞ୍ଚଳରେ ଅନେକ କଇଁଥ ଗଛ ଥିବ,ସେଥିପାଇଁ ସେହି କିଆରୀର ନାମ କଇଁଥ ହୋଇଥିବ।ଯେହେତୁ ପାରିବାରିକ ବେଉସା ଆମର ଚାଷ।ତେଣୁ ପିଲାବେଳେ ମୁଁ ବହୁଥର କିଆରୀକୁ ଧାନକାଟି,ଧାନ ଗୋଟେଇ,ମୁଗ କିମ୍ବା ବିରି ଉପାଡି ଯାଏ।

ଚତୁର୍ଥ କିମ୍ବା ପଞ୍ଚମ ଶ୍ରେଣୀରେ ପଢିଲା ବେଳେ ମୁଁ ସେହି କିଆରୀକୁ ମୋ ବାପା(ଜେଜେ)ଙ୍କ ସହିତ ଧାନ କାଟିବାକୁ ଯାଇଥାଏ।ବାପା ମତେ ସେହି ଧାନ କଟାବେଳେ ଛୋଟଛୋଟ ଗପ କୁହନ୍ତି ନହେଲେ ବିଭିନ୍ନ ଦ୍ଵନ୍ଦ ଦୂର କରନ୍ତି।ଆଉ ହଁ, ମାଗଣା ଧାନ କାଟିବାକୁ ମୁଁ ଯାଉନଥିଲି।ସର୍ତ୍ତଥିଲା ମୁଁ କାଟୁଥିବା ପ୍ରତି ବିଡା ପିଛା ୩୦ପଇସା ପାରିଶ୍ରମିକ।😀😀

ସେଦିନ ଧାନ କାଟୁଥିବା ବେଳେ ମୁଁ ହଠାତ ପଚାରିଦେଲି “ବାପା,ଏ ନିର୍ଭୀକ ଏବଂ ସାହସୀ ହେବା ଭିତରେ ଫରକ କଣ?”
ବାପା କହିଲେ “ତୁ କହ”।
ମୁଁ୫/୧୦ ମିନିଟ ଭାବିବା ପରେ କହିଲି “ମୁଁ ଜାଣିପାରୁନି,ତମେ କୁହ”।
ସେ ଟିକେ ହସିଲେ ଏବଂ କହିଲେ “ନିର୍ଭୀକ ହେବା ସହଜ କିନ୍ତୁ ସାହସୀ ହେବା କଷ୍ଟ”!!!
ମୁଁ ତାପରେ କହିଲି ” ଓଃ, ତାହେଲେ ନିର୍ଭୀକ ହେବା ହେଉଛି ପ୍ରଥମ ପର୍ଯ୍ୟାୟ ଏବଂ ସାହସୀ ହେବା ହେଉଛି ଦ୍ଵିତୀୟ ପର୍ଯ୍ୟାୟ”।
ସେ କହିଲେ “ନା ନା,ସମ୍ପୂର୍ଣ୍ଣ ଓଲଟା।ସାହସୀ ହେବା ହେଉଛି ପ୍ରଥମ ପର୍ଯ୍ୟାୟ ଏବଂ ନିର୍ଭୀକ ହେବା ହେଉଛି ଦ୍ଵିତୀୟ ପର୍ଯ୍ୟାୟ”!!!

ମୁଁ ଆଶ୍ଚର୍ଯ୍ୟ ହେଲି ଏବଂ ସନ୍ଦେହରେ କହିଲି “ବାପା ଯଦି ଜଣେ ପ୍ରଥମ ଶ୍ରେଣୀ ପାସ ନହେଇଥିବ ତାହେଲେ ଦ୍ଵିତୀୟ ଶ୍ରେଣୀ କେମିତି ପାସ ହେବ”?!!!ତେଣୁ ପ୍ରଥମ ପର୍ଯ୍ୟାୟ ସବୁବେଳେ ଦ୍ଵିତୀୟ ପର୍ଯ୍ୟାୟ ଅପେକ୍ଷା ସହଜ ହେବା କଥା”।
ସେ ପୁଣି ହସିଲେ ଆଉ କହିଲେ “ଜୀବନର ସବୁ ଅଙ୍କରେ ଶ୍ରେଣୀ ଗଣିତ କାମ କରେନି”!!
ମୁଁ କହିଲି “ତେବେ??”

“ଯେକୌଣସି ସାହସୀ ବ୍ୟକ୍ତି ନିର୍ଭୀକ ଭାବରେ ସମସ୍ତଙ୍କର ସାମ୍ନା କରିପାରେ।ଭୁଲକୁ ଭୁଲ କହିପାରେ ଆଉ ଠିକକୁ ଠିକ।କାରଣ ସେହି ବ୍ୟକ୍ତିଟି ନିଜକୁ ଚିନ୍ହିଥାଏ,ଜାଣିଥାଏ କି ସେ ସାହସୀ,ସେ କିଛି ବି କରିପାରେ। କିନ୍ତୁ ଗୋଟେ ସାଧାରଣ ବ୍ୟକ୍ତିଟିଏ ସାହସୀ ହେବାକୁ ହେଲେ ତାକୁ ‘ସାହସ’କୁ ଏକଜୁଟ କରିବାକୁ ପଡିଥାଏ।ନିଜେ ନିଜକୁ ଜାଣିବାକୁ ପଡିଥାଏ।ନିଜ ଭିତରେ ଥିବା ଭୟକୁ ଦୂର କରିବାକୁ ପଡିଥାଏ।ନିଜ ସହିତ ବାରମ୍ବାର ଲଢିଲା ପରେ ହିଁ ଜଣେ ସାଧାରଣ ବ୍ୟକ୍ତି ସାହସୀ ହୋଇଥାଏ।”

“ଯେମିତିକି ପହଁରା ଜାଣିଥିବା ବ୍ୟକ୍ତି ନଦୀ ଉପରେ ରାଜୁତି କରିଥାଏ କିନ୍ତୁ ପାଣି(ଜଳ)ର ଭୟ ସିନା ଦୂର ହେଲେ ବ୍ୟକ୍ତିଟିଏ ନଦୀରେ ପଶେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ପହଁରା ଶିଖି ନଦୀ ଉପରେ ରାଜୁତି କରେ।ଯଦି ମୂଳରୁ ହିଁ ସେହି ବ୍ୟକ୍ତିଟି ନଦୀଜଳକୁ ଡରି ନଦୀ ଭିତରେ ପଶିନଥାନ୍ତା ତେବେ..??”
“ଆଉ ହଁ,ସବୁ ସାହସୀ ବ୍ୟକ୍ତି ଯେ ନିର୍ଭୀକ ତା ନୁହେଁ,କିନ୍ତୁ ଗୋଟେ ବ୍ୟକ୍ତିକୁ ସାହସୀରୁ ନିର୍ଭୀକ ହେବା ପାଇଁ ଯେତେ କଠିନ ଲାଗେ ତାକୁ ସାଧାରଣରୁ ସାହସୀ ହେବ ପାଇଁ ଅଧିକ କଠୋର ରାସ୍ତା ଅତିକ୍ରମ କରିବାକୁ ପଡିଥାଏ।ତେଣୁ ନିର୍ଭୀକ ହେବା ସହଜ କିନ୍ତୁ ସାହସୀ ହେବା କଷ୍ଟ”।

ଗପ ସରିଲା ବେଳକୁ ସେଦିନ ସମୟ ହୋଇସାରିଥିଲା ଲେଉଟାଣୀର।ମୁଁ ଗଣିଦେଲି ଯେ ୪ଟା ବିଡା ଧାନ କାଟିଛି।ବାପା ମତେ ଆଜି ତମେ ୧ଟଙ୍କା୨୦ ପଇସା ଦେବ…।

ଆରେ ଠିକସେ ହିସାବ କରିଛୁ ଟି..???…….

ଆଜି ହନୁମାନଙ୍କ ଜୟନ୍ତୀ।
ହେ ପ୍ରଭୁ..
ସାହସୀ କର ଏବଂ ନିର୍ଭୀକ ମଧ୍ୟ।
ଜୟ ହନୁମାନ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart