ନିଜ କଲମରେ ସମାଜକୁ ସୁଧାରିବାର ଶକ୍ତି ରଖିଥିବା ବ୍ୟକ୍ତି,ଯେତେବେଳେ କେବଳ ଏକପାଖିଆ ହୋଇ ଲେଖିବା ଆରମ୍ଭ କରେ।ମତେ ବହୁତ କଷ୍ଟ ହୁଏ।
କାରଣ ନିଜ ଭିତରେ ଥିବା ଦୁର୍ବାର ଶକ୍ତିକୁ ସେମାନେ ଗୋଟେ ଫାଳିଆ ହିଁ ପ୍ରୟୋଗ କରିଥାନ୍ତି।
ଫେସବୁକରେ ୨/୪ଜଣଙ୍କ ଲେଖାକୁ ମୁଁ ପୂର୍ବରୁ ସର୍ବଦା ପଢ଼ୁଥିଲି ରାତିରେ ଆସି।ଏପରିକି ଦିନେ ମିସ କରିଗଲେ,ପରବର୍ତ୍ତୀ ଦିନ ପଢ଼ୁଥିଲି।
କିନ୍ତୁ ଏବେ Title ଦେଖିଲେ ହି ମୁଁ ଅନୁମାନ କରିଦେଉଛି ଯେ ଲେଖାର ସାରାଂଶ କଣ ହେଇଥିବ ବୋଲି।କେତେ ବିପଦ କହିବେ ଆଜ୍ଞା!!!
ହେ ମୋର ଅଗ୍ରଜମାନେ,ନିଜ କଲମକୁ ଏକ ନିର୍ଦ୍ଦିଷ୍ଟ ପିଞ୍ଜରାରେ ବନ୍ଦୀ କରନାହିଁ।ତାକୁ ମୁକ୍ତ ଭାବରେ ଭାବ ବୁଣିବାର ସୁଯୋଗ ଦିଅ।ନିଜ ବିଚାରଧାରାକୁ ପାଠକ ଉପରେ ଥୋପିବାକୁ ଚେଷ୍ଟା କରନ୍ତୁ ନାହିଁ।
ଇତି
ଆପଣଙ୍କର
ପ୍ରିୟ ପାଠକ….