ଯେଉଁଠି ପ୍ରଦୂଷଣ ଅଧିକ..ସେଇଠି କରୋନା ସଂକ୍ରମଣର ବିପଦ ଅଧିକ
ଏବେ ସାରା ବିଶ୍ୱ ପାଇଁ ସଙ୍କଟ ପାଲଟିଛି କରୋନା ଭାଇରସ୍। କେତେକ ଗବେଷଣାକାରୀମାନେ କହିଛନ୍ତି ଯେ, ବାୟୁ ପ୍ରଦୂଷଣ ସହ କରୋନା ସଂକ୍ରମଣ ଜଡିତ । ଗବେଷଣାକାରୀମାନେ ଏକ ଗବେଷଣାରୁ ପାଇଛନ୍ତି ଯେ, ବାୟୁ ପ୍ରଦୂଷଣ ଆପଣଙ୍କ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଏହି ରିପୋର୍ଟ ହାୱାର୍ଡ ୟୁନିଭରସିଟିର ମେଡିକ୍ସରେ ପ୍ରକାଶିତ ହୋଇଛି । ଏହି ଗବେଷଣାରେ କୁହାଯାଇଛି ଯେ, ଯାନବାହନରୁ ବାହାରୁଥିବା ପିଏମ୍ ୨.୫ କଣିକା ବାୟୁରେ ମିଶିଯାଏ ଓ ପ୍ରଦୂଷିତ ବାୟୁ ଆମ ଫୁସଫୁସ ପାଇଁ ଅତ୍ୟନ୍ତ ବିପଜ୍ଜନକ ପ୍ରମାଣିତ ହୋଇଥାଏ । ବାୟୁରେ ଥିବା ଏହି କ୍ଷତିକାରକ କଣିକା କରୋନା ଆକ୍ରାନ୍ତ ରୋଗୀଙ୍କୁ ଗୁରୁତର ଭାବରେ ପ୍ରଭାବ ପକାଇଥାଏ ।
ଅନୁସନ୍ଧାନରେ ପ୍ରମାଣିତ ହାଇଛି ଯେ, ୨.୫ କଣିକାର ମାତ୍ର 1μg / m3 ବୃଦ୍ଧି କରୋନା ଭାଇରସ ରୋଗୀଙ୍କ ସହ ଜଡିତ । ଏହି କାରଣରୁ କରୋନାରେ ମୃତ୍ୟୁହାର ୧୫ ପ୍ରତିଶତକୁ ବୃଦ୍ଧି ପାଇଛି ।