Saturday, November 27, 2021

ଜୀବନ କଣ??

ଜୀବନ କଣ??

ଜୀବନ କଣ ବୋଲି ଏକ ପ୍ରଶ୍ନର ଉତ୍ତରରେ ଗୁରୁ ୟୁଜିକେ କହିଥିଲେ ଏହି ଗଳ୍ପଟି।

ରାଜା ବିର ବିକ୍ରମାଦିତ୍ୟଙ୍କ ଦରବାରକୁ ଆସିଲେ ଜଣେ ସନ୍ୟାସୀ। ସେ ରାଜାଙ୍କୁ ଏକ ଜଙ୍ଗଲୀ ଫଳ ଅର୍ପଣ କରି ଚାଲିଗଲେ। ଏଭଳି ଏକ ଜଙ୍ଗଲ ଫଳରେ ରାଜାଙ୍କ କୌଣସି ଆଗ୍ରହ ନଥିଲା। ସୁତରାଂ, ସେ ଫଳଟିକୁ ନିକଟରେ ବସିଥିବା ଜଣେ ଅମତ୍ୟଙ୍କୁ ଦେଇଦେଲେ। ଅମତ୍ୟଙ୍କର ମଧ୍ୟ ଏଭଳି ସାଧାରଣ ଜଙ୍ଗଲୀ ଫଳ ପ୍ରତି କୌଣସି ଆଗ୍ରହ ନଥିଲା। ତେବେ ରାଜା କାଳେ ଖରାପ ଭାବିବେ ସେହି କାରଣରୁ ଟିକେ ଦୂରକୁ ଯାଇ ଗୋଟିଏ କୂଅ ଭିତରକୁ ସେ ତାକୁ ନିକ୍ଷେପ କରିଦେଲେ। ସନ୍ୟାସୀ କିନ୍ତୁ ଏବେ ପ୍ରତିଦିନ ଆସିବାକୁ ଲାଗିଲେ ଏବଂ ପ୍ରତିଦିନ ଗୋଟିଏ ଲେଖାଏଁ ଫଳ ଦେଲେ। କିନ୍ତୁ ଫଳର ଯାତ୍ରା ସବୁଦିନ ଭଳି କୂଅରେ ସରିଲା।

ଏମିତି ଅନେକ ଦିନ ଚାଲିଲା। ଦିନେ ଅମାତ୍ୟ ନଥିବାରୁ ରାଜା ସେହି ଫଳଟି ତାଙ୍କର ପୋଶା ମାଙ୍କଡ଼ଟିକୁ ଦେଇଦେଲେ। ମାଙ୍କଡଟି ଫଳକୁ ଖାଇବା କ୍ଷଣି ସେଥିରୁ ଗଲାଇପଡ଼ିଲା ଏକ ଅତି ମୂଲ୍ୟବାନ ହୀରା। ରାଜା ଚମକି ପଡିଲେ। ଏବେ ସେ ଅମାତ୍ୟଙ୍କୁ ଡକାଇ ଫଳ ବାବଦରେ ପଚାରିଲେ। ଅମାତ୍ୟଙ୍କୁ ନେଇ କୂଅ ନିକଟକୁ ଗଲେ। ଏବେ ସେଠାରେ ମିଳିଲା ଅଗଣିତ ହୀରାର ସନ୍ଧାନ।

ଏହାପରେ କାହାଣୀ ଆହୁରି ରହିଛି।କିନ୍ତୁ ତାକୁ ଏଠାରେ ସାରି ଗୁରୁ କହିଲେ- ଜୀବନ ହେଉଛି ସେଇ ଜଙ୍ଗଲୀ ଫଳ ଯାହା ତୁମ ପାଖରେ ପ୍ରତିଦିନ ସକାଳେ ପହଞ୍ଚେ। ଯାହାକୁ ତୁମେ ହତାଦର କର ବୋଲି ତା ଭିତରେ ଥିବା ହୀରାକୁ ଆବିଷ୍କାର କରି ପାରନାହିଁ। ଯିଏ ତାକୁ ଦୈବାତ ଆବିଷ୍କାର କରିପାରେ ତା ଲାଗି ଜୀବନର ଅର୍ଥ ସମ୍ପୂର୍ଣ୍ଣ ବଦଳିଯାଏ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart