Sunday, October 24, 2021
Home ଖେଳ ଓ ଖେଳାଳୀ ସାର ଭିଭିଆନ ରିଚାର୍ଡ୍ସ ଙ୍କୁ ୨୧ ଟି ପ୍ରଶ୍ନ…ସଚିନ ଏବଂ ଲାରାଙ୍କ ମଧ୍ୟରେ ଶ୍ରେଷ୍ଠ କିଏ??କେଉଁ...

ସାର ଭିଭିଆନ ରିଚାର୍ଡ୍ସ ଙ୍କୁ ୨୧ ଟି ପ୍ରଶ୍ନ…ସଚିନ ଏବଂ ଲାରାଙ୍କ ମଧ୍ୟରେ ଶ୍ରେଷ୍ଠ କିଏ??କେଉଁ ବୋଲର ଆପଣଙ୍କ ନିଦ ହଜାଇ ଦେଇଥିଲେ??

ସଚିନ ଏବଂ ଲାରାଙ୍କ ମଧ୍ୟରେ ଶ୍ରେଷ୍ଠ କିଏ??କେଉଁ ବୋଲର ଆପଣଙ୍କ ନିଦ ହଜାଇ ଦେଇଥିଲେ?? ସାର ଭିଭିଆନ ରିଚାର୍ଡ୍ସ ଙ୍କୁ ୨୧ ଟି ପ୍ରଶ୍ନ…

କ୍ରିକେଟର ସେ ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ।ଖେଳୁଥିବା ସମୟରେ ଅନେକ ବୋଲରଙ୍କ ନିଦ ହଯାଇଥିବା ଏହି ବ୍ୟାଟ୍ସମ୍ୟାନ କେଉଁ ବୋଲରଙ୍କ ଡରୁଥିଲେ।।??!! ଲାରା ନା ତେନ୍ଦୁଲକର କିଏ ମହାନ?? ଏହି ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି।ଆସନ୍ତୁ ଜାଣିବା…

୧-ଆପଣଙ୍କ ନିଦ ହଯାଇଦେଇଥିବା ବୋଲର??
ଡେନିଶ ଲିଲି(ଅଷ୍ଟ୍ରେଲିଆ)

୨-ଲରା ଏବଂ ତେନ୍ଦୁଲକରଙ୍କ ମଧ୍ୟରେ ଶ୍ରେଷ୍ଠ??
ଲାରା

୩-କ୍ରିକେଟ ବ୍ୟତୀତ ଅନ୍ୟ କୋୖଣସି ଖେଳରେ ଆପଣ ଟ୍ରଫି ଜିତିବାକୁ ଚାହାନ୍ତି??
ଗଲ୍ଫ

୪-ଯଦି ବର୍ତ୍ତମାନ ସମୟର କୌଣସି ଖେଳାଳିଙ୍କୁ ଆପଣ ଆପଣଙ୍କ ଟିମରେ ନେବାକୁ ଚାହିଁବେ, ସେ କିଏ?
ବିରାଟ କୋହଲି

୫-କ୍ରିକେଟ ସ୍ମୃତି ଯାହା ଆଜି ପର୍ଯ୍ୟନ୍ତ ଆପଣଙ୍କୁ ରୋମାଂଚିତ କରେ??
୧୯୭୫ ଏବଂ ୧୯୭୯ ବିଶ୍ୱକପ ବିଜୟ

୬-ତୁମର ପସନ୍ଦର ୱେଷ୍ଟଇଣ୍ଡିଆନ ବ୍ୟାଟ୍ସମ୍ୟାନ??
ବ୍ରାଏନ ଲାରା

୭-ତୁମ ସମୟରେ ବର୍ତ୍ତମାନର କେଉଁ କ୍ରିକେଟ ନିୟମ ଲାଗୁ ହୋଇଥିଲେ, ଆପଣ ଖୁସି ହୋଇଥାନ୍ତେ??
୬୦ମିଟର ବାଉଣ୍ଡରୀ।କାରଣ ମୁଁ ଅଧିକ ଛକା ମାରି ପାରିଥାନ୍ତି।

୮-ଯଦି ଆପଣ ସେତେବେଳେ ନିଜ ଦଳର ଦୁର୍ଦ୍ଦଶ ବୋଲରଙ୍କ ସାମ୍ନା କରିଥାନ୍ତେ, ତେବେ ଆପଣ ହେଲମେଟ ପିନ୍ଧିଥାନ୍ତେ କି ନାହିଁ?

ନା।କାରଣ ମୋ ମୁଣ୍ଡ ଏବଂ ମୋ ଖେଳ ଉପରେ ମୋର ଖୁବ ବିଶ୍ୱାସ।

୯-ସେତେବେଳେ ଆପଣ ବର୍ତ୍ତମାନ ସମୟରେ ଖେଳାଯାଉଥିବା କେଉଁ ସଟ ଖେଳିବାକୁ ପସନ୍ଦ କରିଥାନ୍ତେ??
ରିଭର୍ସ ସୁଇପ

୧୦-ଯଦି ଆପଣଙ୍କୁ ଜୀବନର ଶେଷ ପର୍ଯ୍ୟନ୍ତ କୌଣସି ଗୋଟିଏ ଖାଦ୍ୟ ଖାଇ ବଞ୍ଚିବାକୁ କୁହାଯାଏ, ତେବେ ସେହି ଖାଦ୍ୟଟି କଣ??
ମାଛ।ମୁ ମାଛକୁ ବହୁତ ପସନ୍ଦ କରେ।ଏହା ପ୍ରୋଟିନ ସହିତ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ।

୧୧-ଷ୍ଟିଭେନ ସ୍ମିଥ,କେନ ବିଲିଅମସନ, ଜୋ ରୁଟ ଏବଂ ବିରାଟ କୋହଲିଙ୍କ ମଧ୍ୟରୁ ଶ୍ରେଷ୍ଠ କିଏ??
ବିରାଟ କୋହଲି,ମୁଁ ତାଙ୍କର ଜଣେ ବଡ ଫ୍ୟାନ।

୧୨-କେଉଁ ସାଥି ଖେଳାଳିଙ୍କ ସହିତ ଆପଣ ରୁମ ସେୟାର କରିବାକୁ ଚାହାନ୍ତି ନାହିଁ?? ଏବଂ କାହିଁକି??
ଜୋଏଲ ଗାରନର, କାହିଁକି ନା ସେ ବହୁତ ସିଗାରେଟ ଟାଣନ୍ତି।

୧୩-ଯଦି କ୍ରିକେଟର ହୋଇନଥାନ୍ତେ ..ତେବେ??
ଫୁଟବଲର ହୋଇଥାନ୍ତି।ମୁଁ ଭଲ ଫୁଟବଲ ମଧ୍ୟ ଖେଳୁଥିଲି।ମୋ ଦେଶ ପାଇଁ ମୁଁ ଫୁଟବଲ ଖେଳିଛି।

୧୪-ଯଦି ଆପଣ ସୁପରମ୍ୟାନ ହୋଇଥାନ୍ତେ।ତେବେ କେଉଁ ଚରିତ୍ର ପସନ୍ଦ କରନ୍ତି?
ସ୍ପାଇଡରମ୍ୟାନ

କାହିଁକିନା ମୁ ଉଡିବାକୁ ପସନ୍ଦ କରେ।

୧୫-ୱେଷ୍ଟଇଣ୍ଡିଜ ବାହାରେ ସବୁଠାରୁ ପସନ୍ଦର ଷ୍ଟାଡିୟମ??
ଲର୍ଡ୍ସ।ସବୁ କ୍ରିକେଟରଙ୍କ ସ୍ୱପ୍ନ ଏବଂ ମୋର ବି।କ୍ରିକେଟକୁ ଏକ ନୂଆ ପରିଚୟ ଦେଇଛି ଲର୍ଡ୍ସ।

୧୬-କେଉଁ କେଉଁ ଦେଶ ଭିତରେ ମୁକବବିଲାକୁ ଆପଣ ଦର୍ଶକ ଭାବେ ଦେଖିବାକୁ ପସନ୍ଦ କରନ୍ତି?
ଭାରତ ବନାମ ପାକିସ୍ତାନ
ଭାରତ ବନାମ ଅଷ୍ଟ୍ରେଲିଆ

୧୭-ବର୍ତ୍ତମାନର କ୍ରିକେଟରେ ଆପଣ କଣ ପରିବର୍ତ୍ତନ ଚାହାନ୍ତି?
ବାଉଣ୍ଡରୀ।ଆଜିକାଲି ବହୁତ ଛୋଟ ହେଉଛି।ଫଳରେ ବେଳେବଳେ କ୍ରିକେଟର ପ୍ରକୃତ ମଜା ମିଳୁନି।

୧୮-ଏକ ବ୍ୟାଟିଂ ରେକର୍ଡ ଯାହା ଆପଣ କରିବାକୁ ଚାହୁଁଥିଲେ,କିନ୍ତୁ କରିପାରି ନାହାଁନ୍ତି??
ଗୋଟିଏ ଓଭରରେ ୭ଟି ଛକା।ବହୁତ ମଜାଦାର ହୋଇଥାନ୍ତା।

୧୯-କ୍ରିକେଟକୁ ନେଇ କିଛି ପଶ୍ଚାତାପ ଅଛି?
ନା, ଭଲ ଏବଂ ମନ୍ଦ ସବୁକୁ ମୁଁ ଗ୍ରହଣ କରିଛି।କ୍ରିକେଟ ସବୁ ଦେଇଛି।ପଶ୍ଚାତାପର ପ୍ରଶ୍ନ ନାହିଁ।

୨୦-ଆପଣଙ୍କ ସମୟର ମହାନତମ ବୋଲର??
ନିଃସନ୍ଦେହରେ ଡେନିସ ଲିଲି।ସେ ମହାନରୁ ମହାନତମ ଥିଲେ।

୨୧-ବାରମ୍ବାର ଦୁଃଖ ଦେଉଥିବା କ୍ରିକେଟ ସ୍ମୃତି?
୧୯୮୩ ବିଶ୍ୱକପ ଫାଇନାଲରେ ଭାରତ ଠାରୁ ପରାଜୟ।ସେହି ବିଶ୍ୱକପରେ ଆମେ ସେତେ ଖରାପ କୌଣସି ମ୍ୟାଚରେ ଖେଳିନଥିଲୁ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart