Sunday, October 24, 2021
Home ଖବର ସୀତା@୫୪ ...

ସୀତା@୫୪ …

ସୀତା@୫୪

ଦୀପିକା ଚିଖାଲିଆ।୯୦ଦଶକରେ ପ୍ରସାରିତ ରାମାନନ୍ଦ ସାଗରଙ୍କ ରାମୟଣରେ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିଥିଲେ ଦୀପିକା।ସୀତା ଚରିତ୍ରରେ ଅଭିନୟ କରି ସେ ଘରେ ଘରେ ପରିଚିତ ହୋଇପାରିଥିଲେ। ଆଜି ୫୪ବର୍ଷରେ ପଦ ଥାପିଛନ୍ତି ଅଭିନେତ୍ରୀ ଦୀପିକା ଓରଫ ମାତା ସୀତା।

ରାମାୟଣରେ ସୀତା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ଘର ତିଆରି କରିପାରିଥିଲେ। ସେ ଯେଉଁ ସ୍ଥାନକୁ ଯାଉଥିଲେ ଲୋକମାନେ ତାଙ୍କୁ ଦେବୀଙ୍କ ପରି ସମ୍ମାନ ଦେବା ଆରମ୍ଭ କରିଥିଲେ| ୧୯୬୫, ଏପ୍ରିଲ ୨୯ରେ ମହାରାଷ୍ଟ୍ରରେ ଜନ୍ମ ହୋଇଥିଲେ ଦୀପିକା। ଫିଲ୍ମ ‘ଚିଖ୍‌’ ଥିଲା ତାଙ୍କର ପ୍ରଥମ ବଲିଉଡ ପଦାର୍ପଣ। ଏହାପରେ ବିଭିନ୍ନ ସିରିଏଲରେ ସେ ଅଭିନୟ କରିଥିଲେ।

ଦୀପିକା ୧୯୮୩ ମସିହାରେ ଫିଲ୍ମ ‘ସୁନ୍ ମେରୀ ଲୖଲା ’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ‘ଭଗବାନ୍ ଦାଦା’ (୧୯୮୬), ‘ଆଶା ଓ ଭାଲୋବାଶା’ (ବଙ୍ଗଳା, ୧୯୮୯), ‘ଖୁଦାଇ’ (୧୯୯୪) ଭଳି ଫିଲ୍ମରେ ଅଭିନୟ କରିଥିଲେ।

ହେମନ୍ତ ଟୋପିୱାଲା ନାମକ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ ଦୀପିକା। ହେମନ୍ତ ହେଉଛନ୍ତି ଏକ କସମେଟିକ୍‌ କମ୍ପାନିର ମାଲିକ। ଦୀପିକା ଏବଂ ହେମନ୍ତଙ୍କର ଦୁଇଟି ଝିଅ ଅଛନ୍ତି ନିଧି ଟୋପିୱାଲା ଏବଂ ଜୁହି ଟୋପିୱାଲା।
ଦୀପିକା ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କ କମ୍ପାନୀର ମାର୍କେଟିଂ ଟିମ୍‌ ମୁଖ୍ୟ ଅଛନ୍ତି। ନିକଟରେ ଫିଲ୍ମ ‘ବାଲା’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ସେ ମା’ ଭୂମିକାରେ ଅଭିନୟ କରିଥିଲେ।।


ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାଜନୀତି ପ୍ରତି ମଧ୍ୟ ଦୀପିକଙ୍କର ରୁଚି ରହିଛି ଏବଂ ସେ ପ୍ରତ୍ୟେକ୍ଷ ନିର୍ବାଚନରେ ଜିତି ସାଂସଦ ମଧ୍ୟ୍ୟ ହୋଇଛନ୍ତି। ୧୯୯୧ ନିର୍ବାଚରେ ଭାରତୀୟ ଜନତା ପାର୍ଟି ତରଫରୁ ଲଢ଼ି ସେ ଗୁଜୁରାଟର ଭଦୋଦରାରୁ ସାଂସଦ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart