Sunday, October 24, 2021
Home ମୋ କଥା ମଦ ଦୋକାନ ଆଗରେ ୩ଟି ଧାଡି ହେଉ..!!ଜାଣନ୍ତୁ କଣ ରହିଛି ଏହି ଦାବି ପଛରେ କାରଣ..

ମଦ ଦୋକାନ ଆଗରେ ୩ଟି ଧାଡି ହେଉ..!!ଜାଣନ୍ତୁ କଣ ରହିଛି ଏହି ଦାବି ପଛରେ କାରଣ..

ମଦ ଦୋକାନ ଖୋଲିବାକୁ ଯାଉଛି। ବହୁତଦିନ ପରେ ଏହା ଖୋଲୁଥିବାରୁ ଏଠାରେ ବହୁତ ଭିଡ ହେବାର ଆଶଙ୍କା ରହିଛି। କିଣିବାକୁ ଯେତେ ଲୋକ ଆସିବେ ତାଠୁ ଅଧିକ ଲୋକ ଏହାକୁ ଦେଖିବାକୁ ଆସିବେ। ଏପରି କ୍ଷେତ୍ରରେ ଭିଡ ଏବଂ କରୋନା ସଂକ୍ରମଣର ଆଶଙ୍କା ରହିଛି। ଏହି ଭିଡକୁ ହଟାଇବା ପାଇଁ ମଦ ଦୋକାନ ଆଗରେ ନିମ୍ନଲିଖିତ ବ୍ଯବସ୍ଥା କରାଯିବା ଦରକାର।

୧. ବାଉଁଶ ବାନ୍ଧି ତିନୋଟି ଧାଡି ହେଉ। ନିୟମିତ ଗରାଖମାନେ ପ୍ରଥମ ଧାଡିରେ, ନୂଆ ଗରାଖମାନେ ଦ୍ବିତୀୟ ଧାଡିରେ ଏବଂ କିଛି ନକିଣି ମଦ ଦୋକାନ ଦେଖିବାକୁ ଆସିଥିବା ଲୋକ ତୃତୀୟ ଧାଡିରେ ଠିଆହୁଅନ୍ତୁ।

୨. ବାଉଁଶ ବାନ୍ଧି ତିନୋଟି ଧାଡି ହେଉ।ସୋଡା ମିଶାଇ ପିଉଥିବା ଲୋକ ପ୍ରଥମ ଧାଡିରେ, ପାଣି ମିଶାଇ ପିଉଥିବା ଲୋକ ଦ୍ବିତୀୟ ଧାଡିରେ ଏବଂ କିଛି ମିଶାଇନଥିବା ଲୋକ ତୃତୀୟ ଧାଡିରେ ଠିଆ ହୁଅନ୍ତୁ।

୩.ବାଉଁଶ ବାନ୍ଧି ତିନୋଟି ଧାଡି ହେଉ। ଚାଖଣାରେ ଚିକେନ ଖାଉଥିବ ଲୋକ ପ୍ରଥମ ଧାଡିରେ , ଚାଖଣାରେ ଚଣା ଖାଉଥିବା ଲୋକ ଦ୍ବିତୀୟ ଧାଡିରେ ଏବଂ କିଛି ଖାଉନଥିବା ଲୋକ ତୃତୀୟ ଧାଡିରେ ଠିଆ ହୁଅନ୍ତୁ।

୪.ବାଉଁଶ ବାନ୍ଧି ତିନୋଟି ଧାଡି ହେଉ। କେବଳ ବିୟର କିଣିବାକୁ ଆସୁଥିବା ଲୋକ ପ୍ରଥମ ଧାଡିରେ, ରମ ହ୍ବିସ୍କ ଆଦି କିଣିବାକୁ ଆସିଥିବା ଲୋକ ଦ୍ବିତୀୟ ଧାଡିରେ ଏବଂ କାଉଣ୍ଟରରେ ପହଞ୍ଚି କିଣିବାପାଇଁ ମନସ୍ଥିର କରୁଥିବା ଲୋକ ତୃତୀୟ ଧାଡିରେ ଠିଆ ହୁଅନ୍ତୁ ।

୫.ବାଉଁଶ ବାନ୍ଧି ତିନୋଟି ଧାଡି ହେଉ। ଏକୁଟିଆ ପିଇବାକୁ ଚାହୁଁଥିବା ଲୋକ ପ୍ରଥମ ଧାଡିରେ, ଦୁଇଜଣ ମିଶ ପିଇବାକୁ ଯାଉଥିବା ଲୋକ ଦ୍ବିତୀୟ ଧାଡିରେ ଏବଂ ବହୁତ ଲୋକ ମିଶି ପିଇବାକୁ ଚାହୁଁଥିଲେ ତୃତୀୟ ଧାଡିରେ ଠିଆହୁଅନ୍ତୁ।

୬.ବାଉଁଶ ବାନ୍ଧି ତିନୋଟି ଧାଡି ହେଉ। ମଦ ପିଇ ଘରକୁ ଫେରିବାକୁ ଚାହୁଁ ଥିବା ଲୋକ ପ୍ରଥମ ଧାଡିରେ, ମଦପିଇ ରାସ୍ତାରେ ଗଡିବାକୁ ଚାହୁଁଥିବା ଲୋକ ଦ୍ବିତୀୟ ଧାଡିରେ ଏବଂ ମଦ ପିଇ ନାଳରେ ପଡିବାକୁ ଚାହୁଁ ଥିବା ଲୋକ ତୃତୀୟ ଧାଡିରେ ଠିଆ ହୁଅନ୍ତୁ।

୭. ବାଉଁଶ ବାନ୍ଧି ତିନୋଟି ଧାଡି ହେଉ। ଚାଖଣାରେ କେବଳ ଟମାଟୋ ସସ୍ ଖାଉଥିବା ଲୋକ ପ୍ରଥମ ଧାଡିରେ, ଚିଲ୍ଲୀ ସସ୍ ଖାଉଥିବା ଲୋକ ଦ୍ବିତୀୟ ଧାଡିରେ ଏବଂ ଉଭୟକୁ ମିଶାଇ ଖାଉଥିବା ଲୋକ ତୃତୀୟ ଧାଡିରେ ଠିଆ ହୁଅନ୍ତୁ।

୮.ବାଉଁଶ ବାନ୍ଧି ତିନୋଟି ଧାଡି ହେଉ।ମଦ ବୋତଲ ପଛରେ ଗୋଟିଏ ବିଧା ଦେଇ ଖୋଲୁଥିବା ଲୋକ ପ୍ରଥମ ଧାଡିରେ ଠିଆ ହୁଅନ୍ତୁ। ମଦ ବୋତଲ ପଛରେ ଦୁଇଟି ବିଧା ଦେଇ ଖୋଲୁଥିବା ଲୋକ ଦ୍ବିତୀୟ ଧାଡିରେ ବିନା ବିଧାରେ ଖୋଲୁଥିବା ଲୋକ ତୃତୀୟ ଧାଡିରେ ଠିଆ ହୁଅନ୍ତୁ।

୯.ବାଉଁଶ ବାନ୍ଧି ତିନୋଟି ଧାଡି ହେଉ। କାଚ ଗ୍ଲାସରେ ମଦ ପିଉଥିବା ଲୋକ ପ୍ରଥମ ଧାଡିରେ ପ୍ଲାଷ୍ଟିକ ଗ୍ଲାସରେ ପିଉଥିବା।ଲୋକ ଦ୍ବିତୀୟ ଧାଡିରେ ଏବଂ ସିଧା ବୋତଲକୁ ମୁଁହରେ ଲଗାଇ ପିଉଥିବା ଲୋକ ତୃତୀୟ ଧାଡିରେ ଠିଆ ହୁଅନ୍ତୁ।

୧୦.ବାଉଁଶ ବାନ୍ଧି ତିନୋଟି ଧାଡି ହେଉ। ରୁଦ୍ର ରଥଙ୍କର ୧୦ ପଏଣ୍ଟର ପଢୁଥିବା ଲୋକ ପ୍ରଥମ ଧାଡିରେ, ଏହାକୁ ଲାଇକ୍ କରୁଥିବା ଲୋକ ଦ୍ବିତୀୟ ଧାଡିରେ ଏବଂ ଲାଇକ୍ ଓ ସେୟାର କରୁଥିବା ଲୋକ ତୃତୀୟ ଧାଡିରେ ଠିଆ ହୁଅନ୍ତୁ।

ରୁଦ୍ର ପ୍ରସନ୍ନ ରଥ,ବରିଷ୍ଠ ସାମ୍ବାଦିକ

ଏପରି ବ୍ଯବସ୍ଥା କଲେ ଲୋକ ସକାଳୁ ସଂଧ୍ଯାଯାଏ କେଉଁ ଧାଡିରେ ଠିଆହେବ ସେକଥା ଭାବୁଥିବ। ଆଉ ଦୋକାନ ଆଗରେ ଭିଡ ହେବ ନାହିଁ। ଯିଏ ଏ ଦଶଟାଯାକ ବିଷୟରେ ଆଗରୁ ଭାବିକି ଆସିବ ସେ ହିଁ ମଦ କିଣିପାରିବ। ଏହାଦ୍ବାରା ଆଉ ଭିଡ ବ୍ଯାପିବନାହିଁ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart