Sunday, October 24, 2021
Home ଖବର ବେଙ୍ଗାଲୁରୁରେ ଶୁଣିବାକୁ ମିଳିଲା ଭୟଙ୍କର ଶବ୍ଦ..ଶବ୍ଦ ପଛର ରହସ୍ୟ ଏବେ ମଧ୍ୟ ରହସ୍ୟାବୃତ୍ତ..

ବେଙ୍ଗାଲୁରୁରେ ଶୁଣିବାକୁ ମିଳିଲା ଭୟଙ୍କର ଶବ୍ଦ..ଶବ୍ଦ ପଛର ରହସ୍ୟ ଏବେ ମଧ୍ୟ ରହସ୍ୟାବୃତ୍ତ..

ବେଙ୍ଗାଲୁରୁରେ ଶୁଣିବାକୁ ମିଳିଲା ଭୟଙ୍କର ଶବ୍ଦ..ଶବ୍ଦ ପଛର ରହସ୍ୟ ଏବେ ମଧ୍ୟ ରାହାସ୍ୟାବୃତ୍ତ..

ସାରା ଦେଶରେ ମହାମାରୀ କରୋନାର ମୁକାବିଲା ଜାରି ରହିଛି। ତେବେ ଏହାରି ଭିତରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଆଜି ଅପରାହ୍ଣରେ ହଠାତ୍ ଏକ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା। ଯାହାକୁ
ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

ତେବେ ଏହି ଶବ୍ଦ କ’ଣ ଥିଲା ଓ କେଉଁଠୁ ଆସିଲା, ବର୍ତ୍ତମାନ ସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ। କିଛି ଲୋକ ଆଶଙ୍କା କରୁଥିଲେ ଯେ ଭୂକମ୍ପ ଯୋଗୁଁ ଏଭଳି ଶବ୍ଦ ହୋଇଥାଇ ପାରେ। କିନ୍ତୁ ଏହି ଶବ୍ଦ ଭୂକମ୍ପ କାରଣରୁ ସୃଷ୍ଟି ହୋଇ ନ ଥିବା କର୍ଣ୍ଣାଟକର Natural disaster monitoring centre ପକ୍ଷରୁ କୁହାଯାଇଛି। ଶବ୍ଦଟି ବହୁତ ଜୋରରେ ଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଖବର ଅନୁସାରେ, ପାଖାପାଖି ଅପରାହ୍ଣ ସାଢେ ୧ଟା ସମୟରେ ସାରଜାପୁର, କଲ୍ୟାଣ ନଗର, ସେଣ୍ଟ୍ରାଲ ବେଙ୍ଗାଲୁରୁର ଏମଜି ରୋଡ, ମାରାଥାଲ୍ଲୀ, ଏୟାରପୋର୍ଟ ଅଞ୍ଚଳ, ହ୍ବାଇଟଫିଲ୍ଡ ଓ Hebbagodiରେ ଏହି ଶବ୍ଦ ଶୁଣିବାକୁ ମିଳିଥିଲା। ଏପରିକି ଆଇଟି ହବ୍ କୁହାଯାଉଥିବା ଇଲେକ୍ଟ୍ରୋନିକ ସିଟିରେ ମଧ୍ୟ ଏହି ଶବ୍ଦ ଶୁଣିବାକୁ ମିଳିଥିଲା।

ଏପର୍ଯ୍ୟନ୍ତ ଏହି ଘଟଣାରେ କୌଣସି କ୍ଷୟକ୍ଷତି ନେଇ ରିପୋର୍ଟ ସାମ୍ନାକୁ ଆସି ନାହିଁ। ଏହି ଘଟଣାକୁ ନେଇ ସ୍ଥାନୀୟ ପୁଲିସ ପକ୍ଷରୁ କୁହାଯାଇଛି, ଏହି ଶବ୍ଦ ଯୋଗୁ ଭୂପୃଷ୍ଠରେ ସେମିତି କିଛି ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ। କିନ୍ତୁ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

(ବିଜ୍ଞାପନ)

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart