Saturday, November 27, 2021
Home ଖବର ବେଗୁନିଆରେ ବସି ନାହିଁ ପଞ୍ଚାୟତ ସମିତି ବୈଠକ,ଉନ୍ନୟନ କାର୍ଯ୍ୟ ଠପ

ବେଗୁନିଆରେ ବସି ନାହିଁ ପଞ୍ଚାୟତ ସମିତି ବୈଠକ,ଉନ୍ନୟନ କାର୍ଯ୍ୟ ଠପ

ବେଗୁନିଆରେ ବସି ନାହିଁ ପଞ୍ଚାୟତ ସମିତି ବୈଠକ,ଉନ୍ନୟନ କାର୍ଯ୍ୟ ଠପ


ଖୋର୍ଦ୍ଧା,ତା୧୬/୬- ବେଗୁନିଆ ବ୍ଲକ ପ୍ରଶାସନର ଖାମଖିଆଲ ମନୋଭାବ ଯୋଗୁଁ ଏକ ବର୍ଷ ହେବ ପଞ୍ଚାୟତ ସମିତି ବୈଠକ ବସିପାରି ନାହିଁ ।ଫଳରେ କୌଣସି ପ୍ରକଳ୍ପ ଅନୁମୋଦନ ହୋଇ ନ ପାରିବାରୁ ଉନ୍ନୟନ କାର୍ଯ୍ୟ ଠପ ହୋଇଯାଇଛି ।ପ୍ରତି ଦୁଇ ମାସରେ ଥରେ ବୈଠକ ବସିବା ପାଇଁ ନିୟମ ରହିଥିବା ବେଳେ ଗତ ୨୦୧୯ ମସିହା ଜୁଲାଇ ମାସରେ ଶେଷ ବୈଠକ ବସିଥିଲା । ତା ପରଠାରୁ ଆଉ ବୈଠକ ବସିନଥିବା ବେଳେ ବିଡ଼ିଓ ରଶ୍ମିରେଖା ଦାସ ଗତ ଫେବ୍ରୁଆରୀ ମାସ ୧୨ ତାରିଖରେ ଯୋଗ ଦେବା ବେଳକୁ ବୈଠକ ପାଇଁ ଜଣାଇ ଦିଆଯାଇ ତାରିଖ ମଧ୍ୟ ସ୍ଥିର କରାଯାଇଥିଲା ।ବ୍ଲକ ଅଧ୍ୟକ୍ଷ ଓ ବିଡିଓଙ୍କୁ ବୈଠକ ସମ୍ପର୍କରେ କହିବା ପରେ ବ୍ୟକ୍ତିଗତ କାର୍ଯ୍ୟ ରହିଥିବାରୁ ଏହାକୁ ବାତିଲ କରିବାକୁ କହିଥିଲେ ।ଜନସାଧାରଣ ହିତକୁ ପ୍ରାଥମିକତା ନଦେଇ ନିଜର ବ୍ୟକ୍ତିଗତ କାର୍ଯ୍ୟକୁ ଅଗ୍ରାଧିକାର ଦେଇ ପଞ୍ଚାୟତ ସମିତି ବୈଠକ ନ ଡାକି ଛୁଟିରେ ରହିବା ଘଟଣାକୁ ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ସ୍ଥାନୀୟ ଲୋକମାନେ ନାପସନ୍ଦ କରିଛନ୍ତି ।

ସ୍ଥାନୀୟ ବ୍ଲକର ବିଡିଓ ଆସିବା ଦିନଠାରୁ କେତେଦିନ କାର୍ଯ୍ୟାଳୟ ଆସିଛନ୍ତି ଓ ଛୁଟିରେ କେତେ ଦିନ ଛୁଟିରେ ରହିଛନ୍ତି ତାହାର ବିଧିବଦ୍ଧ ଭାବେ ତଦନ୍ତ କରିବା ଆବଶ୍ୟକ ବୋଲି ଜନସାଧାରଣ ଦାବି କରିଛନ୍ତି ।କରୋନା ମହାମାରୀ ସଂକ୍ରମଣ ସମୟରେ ତାଲା ବନ୍ଦ ଘୋଷଣା ହେବା ପୂର୍ବରୁ ପଞ୍ଚାୟତ ସମିତିର ବୈଠକ ବସିବାର ବହୁ ଆବଶ୍ୟକତା ରହିଥିଲା ।ବୈଠକ ବସିଥିଲେ ବହୁତ ଗୁଡିଏ ପ୍ରକଳ୍ପ ଅନୁମୋଦନ ହୋଇପାରିଥିଲେ ଲୋକଙ୍କ ରୋଜଗାରର ପନ୍ଥା ପାଇ ପାରିଥାନ୍ତେ ।ବର୍ତ୍ତମାନ ପାନୀୟ ଜଳର ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଏହାର ନିରାକରଣ ପାଇଁ କୌଣସି କାର୍ଯ୍ୟ ହୋଇପାରୁନାହିଁ ।ବ୍ଲକର ସମିତି ସଭ୍ୟ ମାନେ ଦେଇଥିବା ପ୍ରକଳ୍ପ ତାଲିକା ଅନୁମୋଦନ ହୋଇ ନପାଇବାରୁ ସମାଧାନର ବିକଳ୍ପ ପନ୍ଥା କିଛି ବାହାରି ପାରୁନାହିଁ ।ବର୍ତ୍ତମାନ ସୁଦ୍ଧା ଗ୍ରୀଷ୍ମପ୍ରବାହ ପ୍ରବାହ ପାଇଁ ପ୍ରତିବର୍ଷ ଭଳି ଜଳଛତ୍ର ଖୋଲା ଯିବା କଥା କିନ୍ତୁ ଚଳିତ ବର୍ଷ କେଉଁଠାରେ ହେଲେ ଜଳଛତ୍ର ଖୋଲା ଯାଇଥିବାର ଦେଖିବାକୁ ମିଳୁନାହିଁ । ଏ ସମ୍ପର୍କରେ ବେଗୁନିଆ ବିଡ଼ିଓଙ୍କୁ ପଚାରିବା ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନକୁ ଗ୍ରହଣ କରି ନଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart