Saturday, November 27, 2021
Home ଖବର ୪୫୨ ବର୍ଷ ଇତିହାସରେ ୩୨ଥର ବନ୍ଦ ହୋଇଛି ରଥଯାତ୍ରା, ଜାଣନ୍ତୁ କେଉଁ ବର୍ଷ ଓ କାହିଁକି

୪୫୨ ବର୍ଷ ଇତିହାସରେ ୩୨ଥର ବନ୍ଦ ହୋଇଛି ରଥଯାତ୍ରା, ଜାଣନ୍ତୁ କେଉଁ ବର୍ଷ ଓ କାହିଁକି

୪୫୨ ବର୍ଷ ଇତିହାସରେ ୩୨ଥର ବନ୍ଦ ହୋଇଛି ରଥଯାତ୍ରା, ଜାଣନ୍ତୁ କେଉଁ ବର୍ଷ ଓ କାହିଁକି

ଦେଶ ଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆଜି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଚଳିତବର୍ଷ ଜୁନ ୨୩ରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବନାହିଁ ବୋଲି ସୂଚନା ମିଳିଛି । ରଥଯାତ୍ରା ସମ୍ପର୍କିତ ସମସ୍ତ କାର୍ଯ୍ୟକଳାପ ଉପରେ ମଧ୍ୟ ସ୍ଥଗିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ । କରୋନା ସଙ୍କଟ ବେଳେ ଲୋକ ଏକାଠି ହେବା ଉପରେ ମଧ୍ୟ ରୋକ ଲଗାଯାଇଛି । ଜନସ୍ୱାସ୍ଥ୍ୟ ଓ ନାଗରିକ ସୁରକ୍ଷା ଦୃଷ୍ଟିରୁ ସୁପ୍ରିମକୋର୍ଟ ଏହିପରି ନିଷ୍ପତ୍ତି ନେଇଥିବା ସୂଚନା ରହିଛି ।

ସେହିପରି ପୂର୍ବରୁ ମଧ୍ୟ ବହୁତ ଥର ରଥଯାତ୍ରା ବନ୍ଦ ହୋଇଥିଲା । ଜାଣନ୍ତୁ କେଉଁ ବର୍ଷ ଓ କାହିଁକି ରଥଯାତ୍ରା ବନ୍ଦ କରାଯାଇଥିଲା ।

୪୫୨ ବର୍ଷର ଇତିହାସରେ ୩୨ଥର ପାଇଁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ବନ୍ଦ କରାଯାଇଥିଲା ।

୧୫୬୮ରୁ ୧୫୭୭ ଖ୍ରୀଷ୍ଟାଦ୍ଧ ଯାଏଁ ପୁରୀରେ ରଥଯାତ୍ରା ବନ୍ଦ ଥିଲା । କାରଣ କଳାପାହାଡ଼ ଆକ୍ରମଣ ଯୋଗୁଁ ଚିଲିକା ନିକଟରେ ଶ୍ରୀଜିଉ ପାତାଳି ଥିଲେ ।

୧୬୦୧ ଖ୍ରୀଷ୍ଟାଦ୍ଦରେ ଘୋଷଯାତ୍ରା ବନ୍ଦ ରହିଥିଲା । କାରଣ ମିର୍ଜା ଖୁରୁମ୍ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । କପିଳେଶ୍ୱର ଶାସନ ଗ୍ରାମରେ ଅବସ୍ଥାନ କରୁଥିଲେ ବିଗ୍ରହ ।

୧୬୦୭ ଖ୍ରୀଷ୍ଟାଦ୍ଦରେ ମଧ୍ୟ ରଥଯାତ୍ରା ବନ୍ଦ ହୋଇଥିଲା । ସୁବେଦାର ହାସିମ ଖାନ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା ।

୧୬୦୮ ଖ୍ରୀଷ୍ଟାଦ୍ଦ ବାହୁଡ଼ା ବିଜେରେ ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥିଲେ ଶ୍ରୀଜିଉ ।

୧୬୧୧ ଖ୍ରୀଷ୍ଟାଦ୍ଦରେ ରଥଯାତ୍ରା ହୋଇପାରି ନଥିଲା । କଲ୍ୟାଣ ମଲ୍ଲ ଶ୍ରୀମନ୍ଦିର ଉପରେ ବର୍ବର ଆକ୍ରମଣ କରିଥିଲା । ଠାକୁରମାନଙ୍କୁ ଜଳପଥରେ ଚିଲିକାର ଚକାନାସି ସ୍ଥାନାନ୍ତର କରାଯାଇଥିଲା ।

୧୬୧୭ ଖ୍ରୀଷ୍ଟାଦ୍ଦରେ କଲ୍ୟାଣ ମଲ୍ଲ ଦ୍ୱିତୀୟ ଥର ପାଇଁ ପୁଣିଥରେ ଆକ୍ରମଣ କରିଥିଲା । ଫଳରେ ୧୬୧୭ ଖ୍ରୀଷ୍ଟାଦ୍ଦରେ ରଥଯାତ୍ରା ହୋଇନଥିଲା

୧୬୨୧ ଖ୍ରୀଷ୍ଟାଦ୍ଦରେ ସୁବେଦାର ଅହମ୍ମଦ ବେଗ୍ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ । ଫଳରେ ଆଗାମୀ ୨ବର୍ଷ ଧରି ରଥଯାତ୍ରା ହୋଇପାରି ନଥିଲା । ଏହାସହ ଶ୍ରୀଜିଉଙ୍କୁ ଅନ୍ଧାରୀ ଘରକୁ ସ୍ଥାନାନ୍ତର କରାଯାଇନଥିଲା ।

୧୬୯୨ ଖ୍ରୀଷ୍ଟାଦ୍ଦରେ ସୁବେଦାର ଏକ୍ରାମ ଖାଁ ଶ୍ରୀମନ୍ଦିର ଆକ୍ରମଣ କରିଥିଲା । ୧୬୯୨ରୁ ୧୭୦୬ ଯାଏଁ ୧୫ବର୍ଷ ଧରି ଶ୍ରୀଜିଉଙ୍କ ଶ୍ରୀମନ୍ଦିର ବାହାରେ ଅବସ୍ଥାନ କରିଥିଲେ । ୧୫ବର୍ଷରୁ ୧୩ବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇପାରିନଥିଲା ।

(ବିଜ୍ଞାପନ)

୧୭୭୧ ଖ୍ରୀଷ୍ଟାଦ୍ଦରେ ମହମ୍ମଦ ତକି ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ସେହିବର୍ଷ ପୁରୀରେ ରଥଯାତ୍ରା ହୋଇପାରିନଥିଲା ।

୧୭୩୩ ଖ୍ରୀଷ୍ଟାଦ୍ଦରେ ୨ୟ ଥର ତକି ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ୧୭୩୩, ୧୭୩୪ ଓ ୧୭୩୫ ଯାଏଁ ରଥଯାତ୍ରା ବନ୍ଦ ରହିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart