ବେଗୁନିଆ ବ୍ଲକରେ ମହିଳାଙ୍କୁ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ଋଣ ପରିଶୋଧ କରିବା ନେଇ ଜୁଲମ..ବ୍ଲକ ସାରା ତୀବ୍ର ପ୍ରତିକ୍ରିୟା..
ଖୋର୍ଦ୍ଧା, ତା୧୯/୬- ବେଗୁନିଆ ବ୍ଲକର ବିଭିନ୍ନ ପଞ୍ଚାୟତର ଗ୍ରାମ ମାନଙ୍କରେ ମହିଳା ମାନଙ୍କୁ ସଶକ୍ତିକରଣ, ରୋଜଗାରକ୍ଷମ,ଆର୍ଥିକ ଅବସ୍ଥାକୁ ସ୍ୱଚ୍ଛଳ ଓ ଆତ୍ମନିର୍ଭରଶୀଳଶୀଳ ହେବା ପାଇଁ ମହିଳା ଗୋଷ୍ଠୀ ମାନଙ୍କୁ ବିଭିନ୍ନ ବ୍ୟାଙ୍କ ଓ ମାଇକ୍ରୋ ଫାଇନାନ୍ସରୁ ଋଣ ଯୋଗାଇ ଦିଆଯାଇଛି । ଏହି ମହିଳା ଗୋଷ୍ଠୀଗୁଡିକ ନିୟମିତ ବ୍ୟବଧାନରେ କିସ୍ତି ଗୁଡିକୁ ସୁଝି ଆସୁଥିଲେ ମଧ୍ୟ କରୋନା ମହାମାରୀ ରୋଗ ଯୋଗୁଁ ଦେଶ ଓ ରାଜ୍ୟରେ ତାଲା ବନ୍ଦ ଯୋଗୁଁ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି । ଫଳରେ ଋଣର କିସ୍ତି ଗୁଡିକୁ ଶୁଝିବାରେ କଷ୍ଟ ଅନୁଭବ ହେଉଛି।କିନ୍ତୁ ଋଣ ଦେଇଥିବା ମାଇକ୍ରୋ ଫାଇନାନାନ୍ସ କର୍ମଚାରୀମାନେ ପ୍ରତି ମାସରେ ଆସି ମାନସିକ ଚାପ ପ୍ରୟୋଗ କରିବା ସହ ବିଭିନ୍ନ କଥା କହି ଋଣ ଆଦାୟ ନାମରେ ଜୋରଜୁଲମ କରୁଥିବାର ଦେଖିବାକୁ ମିଳୁଛି ।
ଏହାକୁ ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବା ପରେ ପ୍ରଶାସନ ପକ୍ଷରୁ ସମାଧାନ କରିବା ନିମନ୍ତେ ରିଜର୍ଭ ବ୍ୟାଙ୍କ ମାର୍ଗଦର୍ଶିକା ଅନୁଯାୟୀ ଅଗଷ୍ଟ ମାସ ପର୍ଯ୍ୟନ୍ତ ଋଣକିସ୍ତି ଓ ସୁଧ ଆଦାୟ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ରିଜର୍ଭ ବ୍ୟାଙ୍କ ଋଣ କିସ୍ତି ଓ ସୁଧ ଆଦାୟକୁ ୬ ମାସ ଅର୍ଥାତ ଅଗଷ୍ଟ ମାସଯାଏଁ ରୋକ ଲଗାଇଥିବା ବେଳେ ମାଇକ୍ରୋଫାଇନାନ୍ସ କର୍ମଚାରୀମାନେ ଏହାକୁ ଅବମାନନା କରି ଋଣ ଆଦାୟ କରାଯାଉଥିବାର ଦେଖିବାକୁ ମିଳୁଛି।ଏପରିକି ଅନେକ କ୍ଷେତ୍ରରେ ଫାଇନାନ୍ସ କର୍ମଚାରୀମାନେ ଋଣ କିସ୍ତି ଓ ସୁଧ ପରିଶୋଧ କରିବାକୁ ନେଇ ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ହେଉଛି ।
ଏ ନେଇ ବେଗୁନିଆ ସଦର ମହକୁମାର ହରିପୁର ମୌଜାର ମହିଳା ଗୋଷ୍ଠୀର ସଭାପତି ବିନୋଦିନୀ ମହାପାତ୍ର କହିଛନ୍ତି ଯେ ମାଇକ୍ରୋ ଫାଇନାନ୍ସ କର୍ମଚାରୀ କିସ୍ତି ଓ ସୁଧ ଆଦାୟକୁ ନେଇ ଆମକୁ ଅସଦ ବ୍ୟବହାର କରିଛନ୍ତି । ସେହିପରି କଣ୍ଟାବାଡ଼ ପଞ୍ଚାୟତ କଲେଜ ନିକଟସ୍ଥ ରଘୁନାଥପୁର ଆଦିବାସୀ ସାହିର ଗୋଷ୍ଠୀର ସଦସ୍ୟା ଜ୍ୟୋସ୍ନା ସ୍ୱାଇଁ କହିଥିଲେ ଯେ କିସ୍ତିକୁ ନେଇ ବିଭିନ୍ନ କଥା କହିବା ସହ ଜୋର ଜବରରଦସ୍ତ ଅର୍ଥ ଆଦାୟ କରି ଫାଇନାନ୍ସ କର୍ମଚାରୀ ମାନେ ନେଇଥାନ୍ତି ।