ସମୟ ବଦଳିବା ସହିତ ବଦଳିଛି ବେଶ ପରିପାଟୀର ପସନ୍ଦ।ଚିତା ର ସ୍ଥାନ ନେଇଛି ଟାଟୁ ।ଆଜିକାର ଯୁବପିଢି ଚିତାର ବିକଳ୍ପ ଭାବେ ଟାଟୁକୁ ଅପଣାଇ ନେଇଛନ୍ତି। କେବଳ ଯୁବପିଢି ନୁହନ୍ତି, ସବୁ ବୟସ ବର୍ଗର ଲୋକ ଧୀରେ ଧୀରେ ଏହି ଆଧୁନିକ ପରିପାଟୀକୁ ଅପଣାଇ ନେଲେଣି।କହିବାକୁ ଗଲେ ଟାଟୁ ଏବେ ସବୁବର୍ଗର ଲୋକଙ୍କ ଭିତରେ ମାନିଆ ସୃଷ୍ଟି କରିଛି।
ରାଜଧାନୀ ଭୁବନେଶ୍ବରରେ ଛତୁ ଫୁଟିଲା ଭଳି ଅନେକ ଟାଟୁ ଆର୍ଟିଷ୍ଟ ବିଭିନ୍ନ ଜାଗାରେ ଷ୍ଟୁଡିଓ ଖୋଲିଛନ୍ତି ଲୋକଙ୍କୁ ସେବା ଯୋଗାଇବା ପାଇଁ।ଆକଳନ କରାଯାଉଛି ଯେ ରାଜଧାନୀ ଭୁବନେଶ୍ବରରେ ପ୍ରାୟ ୩୦ରୁ ଅଧିକ ଟାଟୁ ଷ୍ଟୁଡିଓ ଅଛି।ଯେଉଁଠି ସବୁ ବୟସ ବର୍ଗର ଲୋକମାନେ ଟାଟୁ କରିବାକୁ ଯାଆନ୍ତି।
କିନ୍ତୁ ଆପଣ ଜାଣିଛନ୍ତି କି ଯଦି ଆପଣ ଅନକୁଶଳୀ ଏବଂ ଅଣପେସାଦାର ଟାଟୁ ଆର୍ଟିଷ୍ଟଙ୍କ ପାଖରେ ଟାଟୁ କରାନ୍ତି ତେବେ ଆପଣଙ୍କର ଚର୍ମ ରୋଗ ହୋଇପାରେ।ସେହିଭଳି ଏଡ଼ସ,ହେପଟାଇଟିସ,କ୍ୟାନ୍ସର ଭଳି ମାରାତ୍ମକ ରୋଗ ହୋଇପାରେ।ତେଣୁ ସର୍ବଦା କୁଶଳୀ ଏବଂ ପେଷାଦାର ଟାଟୁ ଆର୍ଟିଷ୍ଟ ଏବଂ ଲାଇସେନ୍ସ ପ୍ରାପ୍ତ ଟାଟୁ ଷ୍ଟୁଡ଼ିଓରେ ଟାଟୁ କରିବା କଥା।
ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାଜଧାନୀରେ ବହୁତ କମ ଲାଇସେନ୍ସ ପ୍ରାପ୍ତ ଟାଟୁ ଷ୍ଟୁଡିଓ ଅଛି। ସେଥିମଧ୍ୟରୁ କଳ୍ପନାର ଚିନ୍ତାମଣିଶ୍ୱର ଅଂଚଳରେ ଥିବା “ସ୍କିଭାସ”(Skivas) ଷ୍ଟୁଡିଓ ଅନ୍ୟତମ।
ଡିସେମ୍ବର ୪, ୨୦୧୧ମସିହାରେ ଆରମ୍ଭ ହୋଇଥିବା ଏହି ଷ୍ଟୁଡିଓ ଏବେ ଟାଟୁ ଲଭରଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି।ଏହାର ସ୍ୱତନ୍ତ୍ରତା ହେଲା, ଗ୍ରାହକଙ୍କ କାଳ୍ପନିକ ଚିତ୍ରକୁ ଏଠାରେ ବାସ୍ତବରୂପ ଦିଆଯାଏ।ସେହିପରି ପୁରାତନ କାଳୀୟ କଳାକୁ ମଧ୍ୟ ଟାଟୁ ମାଧ୍ୟମରେ ବେଶ ଚିତାକର୍ଷକ ଭାବରେ ରୂପ ଦେଇ ପାରନ୍ତି ଟାଟୁ ମାଷ୍ଟର ଓମ ଆଚାର୍ଯ୍ୟ।
ଏହି ୯ବର୍ଷ ମଧ୍ୟରେ ବିଭିନ୍ନ ପ୍ରକାର ଟାଟୁ ମାଧ୍ୟମରେ ସେ ଟାଟୁ ପ୍ରେମୀଙ୍କ ଧ୍ୟାନ ଆକର୍ଷଣ କରି ପାରିଛନ୍ତି।ଯେପରିକି ନବକଳେବର,ବଲିଉଡ ସର୍ଟ ଫିଲ୍ମ “ଘର ଜାନା ହେ” ର ଅଭିନେତ୍ରୀଙ୍କ ସମ୍ପୂର୍ଣ୍ଣ ଶରୀରକୁ ଆଦିବାସୀ ଲୋକକଳାର ରୂପ ଦିଆଯାଇଥିଲା।କେବଳ ସେତିକି ନୁହେଁ ଟାଟୁପ୍ରେମୀଙ୍କ ପାଇଁ ପ୍ରତିବର୍ଷ ୨ଟି ଇଭେଣ୍ଟର ମଧ୍ୟ ଆୟୋଜନ କରା ଯାଇଥାଏ।
କରୋନା କଟକଣା ସମୟରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରତ୍ୟେକ ଗାଇଡଲାଇନକୁ ପାଳନ କରି ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ଟାଟୁ କରାଯାଉଛି।
ଟାଟୁ ମାଷ୍ଟର ଓମ ଆଚାର୍ଯ୍ୟ କୁହନ୍ତି ‘ଯେହେତୁ ଓଡ଼ିଶାର ଲୋକକଳା ସହିତ ପୂର୍ବରୁ ମଧ୍ୟ ଟାଟୁର ସମ୍ପର୍କ ଅଛି ତେଣୁ ଏହାକୁ ପ୍ରମୋଟ କରିବା ପାଇଁ ସେ ଏହି ପେଶାକୁ ଆସିଛନ୍ତି।ବିଶ୍ୱ ଟାଟୁ ଜଗତରେ ଓଡିଶାକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ଓମଙ୍କ ଲକ୍ଷ୍ୟ।
ଯୋଗାଯୋଗ ନମ୍ବର
ଓମ ଆଚାର୍ଯ୍ୟ 8763111991