Saturday, October 23, 2021
Home ଖବର ଓମ ଶାନ୍ତି ଆଶ୍ରମ କବଜାରେ ପୁରାତନ ରାଜସ୍ୱ ବଙ୍ଗଳା

ଓମ ଶାନ୍ତି ଆଶ୍ରମ କବଜାରେ ପୁରାତନ ରାଜସ୍ୱ ବଙ୍ଗଳା

ଓମ ଶାନ୍ତି ଆଶ୍ରମ କବଜାରେ ପୁରାତନ ରାଜସ୍ୱ ବଙ୍ଗଳା
ଖୋର୍ଦ୍ଧା, ତା୨୩/୭-ପ୍ରଶାସନିକ ଅଧିକାରୀଙ୍କ ଅପାରଗତା ଯୋଗୁଁ ବେଗୁନିଆ ଥାନା ନିକଟରେ ଥିବା ଉର୍ଚ୍ଚ ପଦାଧିକାରୀ ମାନଙ୍କ ରହଣୀ ପାଇଁ ସର୍ବପୁରାତନ ବେଗୁନିଆ ରାଜସ୍ୱ ବଙ୍ଗଳା ନିର୍ମାଣ କରାଯାଇଥିଲା । ଯାହାକି ଏବେ ଏହା ଏକ ଧାର୍ମିକ ଅନୁଷ୍ଠାନ ଓମ ଶାନ୍ତି ଆଶ୍ରମର କର୍ତ୍ତୃତ୍ୱରେ ରହିଛି,ଏଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନେବାତ ଦୂରର କଥା ପଦାଧିକାରୀଙ୍କର ବାହୁ ଛାୟା ତଳେ ରହିଥିବାର ସୂଚନା ମିଳୁଛି ।ଏହାକୁ କେବେ ଉଛେଦ କରାଯାଇ ସରକାରଙ୍କ ରାଜସ୍ୱକୁ ରକ୍ଷା କରା ଯାଇ ପାରିବ ତାହା ଜନସାଧାରଣ ଚାହିଁ ବସିଛନ୍ତି ।

ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ଜବର ଦଖଲକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଉଥିବା ବେଳେ ଏହି ବଙ୍ଗଳା ଉପରେ ଜବର ଦଖଲ କରିଥିବା ଓମ ଶାନ୍ତି ଆଶ୍ରମ ଉପରେ ଜିଲ୍ଲା ଓ ବ୍ଲକ କେମିତି କାହା ନିର୍ଦେଶରେ ନିରବ ରହିଛନ୍ତି ।ଏହି ବଙ୍ଗଳାଟିର ପୁନରୁଦ୍ଧାର କରିବା ପାଇଁ ୬ ବର୍ଷ ତଳେ ୧୫ଲକ୍ଷ ଟଙ୍କାରୁ ଅଧିକ ଅଟକଳ ବ୍ୟୟରେ ନବୀକରଣ କରାଯାଇ ବେଗୁନିଆ ଓ ବୋଲଗଡ଼ ଅଫିସର କ୍ଲବ ନାମରେ ନାମିତ କରି ଏକ ବିଜ୍ଞାପନ ଫଳକ ମରାଯାଇଥିଲା । କିନ୍ତୁ ଏବେ ଏହି ବିଜ୍ଞାପନ ଫଳକଟି ଦୀର୍ଘ ଦିନ ହେବ ନେଇ ଯିବା ପରେ ଏହାର ପରିସରରେ ବହୁ ମୂଲ୍ୟବାନ ଗଛ ଗୁଡିକୁ କାଟି ନେଇ ଯାଇଥିବାର ଦେଖିବାକୁ ମିଳୁଛି ।

ଅନ୍ୟପଟରେ ପ୍ରଶାସନିକ ଅଧିକାରୀ ମାନଙ୍କୁ ହାତ କରି ବଙ୍ଗଳାଟିରେ ଭଡାରେ ରହିଆସୁଛନ୍ତି । ଏହାକୁ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଘଟଣା ଲୋକଲୋଚନକୁ ଆସିବା ସହ ଜବର ଦଖଲ କାରୀଙ୍କ ବିରୁଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।ବେଗୁନିଆରେ ପ୍ରଶାସନର ଜାଣତ ହେଉ ଅବା ଅଜାଣତରେ ବହୁ ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୁଣ୍ଠାବୋଧ କାହିଁକି କରୁଛନ୍ତି ବୋଲି ସବୁଆଡେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart