Wednesday, August 4, 2021
Home ଖବର ପାଲାକାର ରାମଚନ୍ଦ୍ର ମହାପାତ୍ରଙ୍କ ପରଲୋକ

ପାଲାକାର ରାମଚନ୍ଦ୍ର ମହାପାତ୍ରଙ୍କ ପରଲୋକ

ପାଲାକାର ରାମଚନ୍ଦ୍ର ମହାପାତ୍ରଙ୍କ ପରଲୋକ
ଖୋର୍ଦ୍ଧା, ତା୩/୮-ବେଗୁନିଆ ବ୍ଲକ ପୋଡାଡିହ ପଞ୍ଚାୟତ ନୀଳକଣ୍ଠ ପୁର(ଦିନିଆରୀ)ଗ୍ରାମର ବିଶିଷ୍ଟ ପାଲାକାର ରାମଚନ୍ଦ୍ର ମହାପାତ୍ର(୯୦)ଙ୍କର ନିଜ ବାସଭବନରେ ପରଲୋକ ଘଟିଛି ।ସ୍ୱର୍ଗତ ମହାପାତ୍ର ଗାୟକ ସମ୍ରାଟ ବିଶ୍ଵନାଥ ପଟ୍ଟଯୋଶୀଙ୍କ ମୁଖ୍ୟ ପାଳିଆ ଭାବରେ ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଶା ସମେତ ବାହାର ରାଜ୍ୟରେ ପାଲା ପରିବେଷଣ କରି ସୁନାମ ଅର୍ଜନ କରିଥିଲେ ।ଗତବର୍ଷ ସରସ୍ୱତୀ ଉର୍ତ୍ସଵରେ ଶ୍ରୀ ମହାପାତ୍ରଙ୍କୁ “ମୋ ଗାଁ ସମ୍ମାନ”ରେସମ୍ମାନିତ କରାଯାଇଥିଲା । ତାଙ୍କ ପାର୍ଥିବଶରୀରକୁ ପରିକ୍ରମା କରି ଗ୍ରାମ୍ୟ ଶ୍ମଶାନରେ ଜ୍ୟେଷ୍ଠ ପୁତ୍ର ଦିଗମ୍ବର ମହାପାତ୍ର ମୁଖାଗ୍ନି ଦେବା ପରେ ଅନ୍ତେଷ୍ଟିକ୍ରିୟା ସମାପନ ହୋଇଥିଲା । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...