ସାମ୍ନାକୁ ଆସିଲା କରୋନାର ଆଉ ୩ଟି ସାଙ୍ଘାତିକ ଲକ୍ଷଣ, ଜାଣନ୍ତୁ କଣ ସେଗୁଡିକ..
ସାରା ଦେଶରେ କରୋନା ମହାମାରୀ ଭୟଙ୍କର ରୂପ ନେବାରେ ବସିଲାଣି ।ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହେଉଛନ୍ତି। ସେପଟେ ଦିନକୁ ଦିନ କରୋନା ବିଷୟରେ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏବେ କରୋନାର ଆଉ ୩ଟି ଲକ୍ଷଣ ସାମ୍ନାକୁ ଆସିଛି । ଏହି ୩ଟି ଲକ୍ଷଣକୁ କରୋନା ତାଲିକାରେ ଅନ୍ତର୍ଭୁକ୍ତ କରିଛି ଯୁକ୍ତରାଷ୍ଟ୍ର ଆମେରିକାର ଶୀର୍ଷ ସ୍ୱାସ୍ଥ୍ୟ ସଂସ୍ଥାନ ‘ଦ ସେର୍ଣ୍ଟ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍’ ବା (ସିଡିସି) ।
ସେହି ୩ଟି ନୂଆ ଲକ୍ଷଣଗୁଡିକ ହେଉଛି, ନାକ ରୁନ୍ଧି ହେବା ଓ ସିଙ୍ଘାଣି ବୋହିବା, ବାନ୍ତି ବାନ୍ତି ଲାଗିବା ଏବଂ ତରଳ ଝାଡ଼ା ହେବା । ବର୍ତ୍ତମାନ ସୁଦ୍ଧା ‘ସିଡିସି’ ଏହି ମହାମାରୀ ଭୂତାଣୁ ସଂକ୍ରମଣର ୧୨ଟି ଲକ୍ଷଣ ତାଲିକାଭୁକ୍ତ କରିଥିଲା । ଏହା ପୂର୍ବରୁ ‘ସିଡିସି’ ଜ୍ୱର, ଥଣ୍ଡା, କାଶ, ଅଣନିଃଶ୍ୱାସୀ, ଅବସନ୍ନତା, ଦେହହାତ ଓ ମାଂଶପେଶୀ ଘୋଳାବିନ୍ଧା, ମୁଣ୍ଡବିନ୍ଧା, ସ୍ୱାଦ ବାରିବା ଏବଂ ଘ୍ରାଣ ଶକ୍ତି ନଷ୍ଟ ହେବା, ତଣ୍ଟି ଦରଜ ଆଦିକୁ କୋଭିଡ୍-୧୯ ଲକ୍ଷଣ ଭାବେ ତାଲିକାଭୁକ୍ତ କରିଥିଲା । ଖୁବ୍ ଶୀଘ୍ର ‘ସିଡିସି’ ଉପରୋକ୍ତ ତିନୋଟି ଲକ୍ଷଣକୁ ମଧ୍ୟ ତାଲିକାଭୁକ୍ତ କରିବାକୁ ଯାଉଛି ।
ଅନ୍ୟପଟେ କରୋନା ଆରମ୍ଭରୁ ମାତ୍ର ତିନୋଟି ଲକ୍ଷଣ ଜଣା ଥିଲା । ତାହା ହେଉଛି ଜ୍ୱର, କାଶ ଏବଂ ଅଣନିଃଶ୍ୱାସୀ ଲାଗିବା । କିନ୍ତୁ ଏପ୍ରିଲ୍ ମାସରେ ‘ସିଡିସି’ ଆଉ ଛଅଟି ନୂଆ ଲକ୍ଷଣ ସେଥିରେ ସାମିଲ କରିଥିଲା