ଗେଡ଼ିଆପଲ୍ଲୀ ପଂଚାୟତରେ ଦେଶୀମଦ ବିକ୍ରିକୁ ନେଇ ମହିଳା ଗୋଷ୍ଠୀ ଥାନାରେ କଲେ ଅଭିଯୋଗ..
ଖୋର୍ଦ୍ଧା, ତା୨୧/୬- ବେଗୁନିଆ ଥାନା ଅଞ୍ଚଳ ଏବେ ନକଲି ଦେଶୀ ଓବିଦେଶୀ ମଦର କୁଟୀର ଶିଳ୍ପ ପାଲଟିଥିବା ବେଳେ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ଚଢାଉ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେହିପରି ବେଗୁନିଆ ଥାନା ଅନ୍ତର୍ଗତ ଗେଡ଼ିଆପଲ୍ଲୀ ପଞ୍ଚାୟତର ଶାମୁକା ପାଟଣା ଗ୍ରାମର ଗିରିଧାରୀ ନାହାକଙ୍କ ପୁଅ ଶ୍ରାବଣ ବେହେରା ଦୀର୍ଘ ଦିନ ହେବ ଦେଶୀ ମଦ ବେପାର କରି ଆସୁଥିଲେ । ବେଗୁନିଆ ଥାନା ଏଏ ଆଇ ଶରତ କୁମାର ବେହେରା କୌଣସି ସୂତ୍ରରୁ ଖବର ପାଇ ଶ୍ରାବଣଙ୍କ ଠାରୁ ୬୦ ଗୋଟି ଦେଶୀ ମଦ ଜବତ କରି ତାଙ୍କ ନାମରେ ଏକ କେସ ରୁଜୁ କରିଥିଲା ।
ଥାନାରେ ଶ୍ରାବଣ ନିଜକୁ ଭିନ୍ନକ୍ଷମ ଦର୍ଶାଇ ଜାମିନରେ ଆସି ପୁନର୍ବାର ମଦ ବିକ୍ରୀ ଆରମ୍ଭ କରିଥିଲେ । ଏ ନେଇ ୨୦ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ମହିଳା ଗୋଷ୍ଠୀ ପହଁଚି ମଦ ବିକ୍ରି କରିବାକୁ ବାରଣ କରିଥିଲେ । ଏଥିରେ ଶ୍ରାବଣଙ୍କ ସମେତ ସହଯୋଗୀ ବନ୍ଧୁମାନେ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହ ଉଭୟଙ୍କ ମଧ୍ୟରେ ଧସାଧସି ହୋଇଥିଲେ ମଧ୍ୟ କେହି ଆହତ ହୋଇ ନଥିବାର ଜଣା ପଡିଥିଲା ।ଏଥିରେ ଶ୍ରାବଣଙ୍କ ବାପା କୁଆଡେ ପୁଅର ଜାମିନ ପାଇଁ ୨୦ ହଜାର ଟଙ୍କା ଦେଇଛନ୍ତି ବୋଲି କହିଥିଲେ ବୋଲି ମହିଳା ଗୋଷ୍ଠୀର ସଦସ୍ୟା ମଞ୍ଜୁ ଦେଇ,ଶାନ୍ତି ନାହାକ,ସଞ୍ଜୁ ନାହାକ ସମେତ ୫୦ ରୁ ଉର୍ଧ୍ବ ରବିବାର ପୂର୍ବାହ୍ନରେ ଥାନାକୁ ଆସି ଅଭିଯୋଗ କରିଛନ୍ତି । ଏ ନେଇ ପୋଲିସ ପ୍ରାଥମିକ ତଦନ୍ତ ପରେ ପ୍ରକୃତ ସତ୍ୟ ଜଣା ପଡିବା କରିଛନ୍ତି ।