ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ସତ୍ୟପାଠ ନେଇ ବିଜେପିର ଅଭିଯୋଗ..ଜଗନ୍ନାଥଙ୍କ ସହିତ ଛଳ କରିଛନ୍ତି ରାଜ୍ୟ ସରକାର..
ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ସତ୍ୟପାଠକୁ ନେଇ ରାଜ୍ୟ ବିଜେପି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛି। ଆବେଦନକାରୀଙ୍କ ମୁଖପାତ୍ର ସାଜି ୧୦ ରୁ ୧୨ ଲକ୍ଷ ଲୋକ ହେବେ କହି ହଁ ରେ ହଁ ରେ ମିଶାଇଥିଲେ ପ୍ରଥମେ ସରକାର।ପୁଣି ଏବେ କେମିତି ଓଲଟିପଡିଲେ??
ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଓଡିଶାବାସୀଙ୍କ ସହ
ବିରାଟ ବିଶ୍ୱାସଘାତ କରିଛନ୍ତି ରାଜ୍ୟ ସରକାର। କେବଳ ରାଜ୍ୟବାସୀ ନୁହଁନ୍ତି ,ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ସହ ଛଳ କରିଛନ୍ତି ସରକାର।
ମୂଳରୁ ଗୋଟେ ପରେ ଗୋଟେ ଷଡ଼ଯନ୍ତ୍ର କରି ଗୋଟି ଚଳାଇଥିଲେ। ଏପରିକି ହାଇକୋର୍ଟଙ୍କ ରାୟର ୪/୫ ଦିନ ଯାଏଁ ଚୁପ ରହିଲେ। କେମିତି ଜାଣିଲେ ସାରା ଓଡ଼ିଶାର ବିଭିନ୍ନ ସ୍ଥାନ ରେ ୧୦ ରୁ ୧୨ ଲକ୍ଷ ଲୋକ ହେବେ। ମୁଁ ତ କହୁଛି ସମଗ୍ର ଓଡ଼ିଶାରେ ରଥଯାତ୍ରାରେ ୩ ରୁ ୪କୋଟି ଲୋକ ରଥଯାତ୍ରା ସହ ସାମିଲ ହୁଅନ୍ତି ନିଜ ନିଜ ଅଞ୍ଚଳରେ। ଗୋଟିଏ ପରେ ଗୋଟିଏ ମିଛ କହି ଚାଲିଛନ୍ତି। ନିଜ ଜାଲ ରେ ନିଜେ ଛନ୍ଦି ହେଉଛନ୍ତି। କେଉଁ କଳାପାହାଡ଼ ମାନେ ରହି ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ,କାହିଁକି ଓଡ଼ିଶା ବାସୀଙ୍କ ସହ ବିଶ୍ବାସ ଘାତ କଲେ ଓ ଜଗନ୍ନାଥ ଙ୍କ ସହ ଛଳକଲେ ? ଏବେ ସରକାରଙ୍କ ଅସଲ ମୁଖା ଖୋଲିଛି।କାଳିଆ ହିଁ ସରକାରଙ୍କ ମୁଖା ଖୋଲିଛି। ଏଭଳି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର।