Monday, January 25, 2021
Home ଖବର ବେଗୁନିଆ-ଲୋଧାଚୁଆ ପୁର୍ତ୍ତବିଭାଗ ରାସ୍ତା ଉପରେ ବସିଛି ବିପଦଜନକ ଅବସ୍ଥାରେ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର

ବେଗୁନିଆ-ଲୋଧାଚୁଆ ପୁର୍ତ୍ତବିଭାଗ ରାସ୍ତା ଉପରେ ବସିଛି ବିପଦଜନକ ଅବସ୍ଥାରେ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର

ବେଗୁନିଆ-ଲୋଧାଚୁଆ ପୁର୍ତ୍ତବିଭାଗ ରାସ୍ତା ଉପରେ ବସିଛି ବିପଦଜନକ ଅବସ୍ଥାରେ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର


ଖୋର୍ଦ୍ଧା, ତା୨୧/୬- ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ନାରାୟଣୀ ପଡା ଦେଇ ଯାଇଥିବା ବେଗୁନିଆ-ଲୋଧାଚୁଆ ପୂର୍ତ୍ତବିଭାଗ ରାସ୍ତା ଉପରେ ବିଦ୍ୟୁତ ବିଭାଗ ପକ୍ଷରୁ ଆଜକୁ ଦୀର୍ଘ ବର୍ଷ ହେବ ଗାଁ ମୁଣ୍ଡରେ ମୁକୁଳା ହୋଇ ଏକ ଟ୍ରାନ୍ସଫର୍ମର ପଥର ଉପରେ ଥୁଆ ହୋଇଥିବାର ଦେଖିବାକୁ ମିଳୁଛି ।ଏହି ରାସ୍ତା ଦେଇ ପ୍ରତିଦିନ ଗାଁର ଜନସାଧାରଣ,ଛାତ୍ରଛାତ୍ରୀ, ପଥଚାରୀ ସମେତ ଶହ ଶହ ଭାରୀ ଓ ଲଘୁଯାନ ମାନ ଯାତାୟତ କରୁଥିବା ବେଳେ କେହି ଏଥିପ୍ରତି ଧ୍ୟାନ ଦେଇ ନଥାନ୍ତି । ଏହା ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟ ଦେଇ ସିକୋ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ଜଗନ୍ନାଥ ସଡକ ଦେଇ ଜଙ୍କିଆ ଠାରେ ପହଁଚି ଖୋର୍ଦ୍ଧା-ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ପଥ ସହିତ ସଂଲଗ୍ନ ହୋଇଛି ।

ଏପରିକି ମଧ୍ୟ ବୋତଳମା ଠାରୁ ଲୋଧାଚୁଆ ଦେଇ ରଣପୁର ସହିତ ରାସ୍ତାଟି ସଂଲଗ୍ନ ହୋଇଥିବା ବେଳେ ଲୋକମାନେ ବିଦ୍ୟୁତ ବିଭାଗକୁ ବାରମ୍ବାର ଅଭିଯୋଗ କରିବା ସତ୍ୱେ କୌଣସି ବିଭାଗୀୟ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି ।ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବିଭାଗୀୟ ଅଧିକାରୀ ମାନେ କିପରି ସାଧାରଣ ଲୋକଙ୍କ ପ୍ରତି କେତେ ଯତ୍ନବାନ ? । ଏହାଯୋଗୁଁ କେତେବେଳେ ଯେ କୌଣସି ଅଘଟଣ ଘଟିବ ତାହା କହିବା ମୁସ୍କିଲ ହୋଇ ପଡୁଛି ।ତେଣୁ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...

ବିଜେପି ଯୁବମୋର୍ଚା ପକ୍ଷରୁ ରକ୍ତଦାନ ଶିବିର

ଖୋର୍ଦ୍ଧା, ତା୧/୧୧- ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ଉର୍ଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୈନିକ ଖବର କାଗଜ ନିତିଦିନ ଓ ବିଜେପି ଯୁବମୋର୍ଚା...
satta king chart