Saturday, October 23, 2021
Home ଖବର ସରକାରୀ ଜାଗା ଜବର ଦଖଲକୁ ନେଇ ବେତରଜଙ୍ଗ ଓ ଶଗଡ଼ଭଙ୍ଗା ଗ୍ରାମ ମଧ୍ୟରେ ଉତେଜନା,ପ୍ରତିବାଦରେ ସିକୋ...

ସରକାରୀ ଜାଗା ଜବର ଦଖଲକୁ ନେଇ ବେତରଜଙ୍ଗ ଓ ଶଗଡ଼ଭଙ୍ଗା ଗ୍ରାମ ମଧ୍ୟରେ ଉତେଜନା,ପ୍ରତିବାଦରେ ସିକୋ ଫାଣ୍ଡି ଆଗରେ ଧାରଣା

ସରକାରୀ ଜାଗା ଜବର ଦଖଲକୁ ନେଇ ଦୁଇ ଗ୍ରାମ ମଧ୍ୟରେ ଉତେଜନା,ପ୍ରତିବାଦରେ ସିକୋ ଫାଣ୍ଡି ଆଗରେ ଧାରଣା


ଖୋର୍ଦ୍ଧା, ତା୨୩/୬- ବେଗୁନିଆ ବ୍ଲକର ପ୍ରତି ପଞ୍ଚାୟତର ରାଜସ୍ୱ ଗ୍ରାମରେ ସରକାରୀ ଜମି ଜବରଦଖଲ ଦିନକୁ ଦିନ ବୃଦ୍ଧି ପାଉବାରେ ଲାଗିଛି । ସ୍ଥାନୀୟ ତହସିଲ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ ହେଉଥିଲେ ମଧ୍ୟ ଜବର ଦଖଲ କାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାର ଜଣାପଡିଛି ।ଯାହାକି ସରକାରୀ ଜମି ଗୁଡିକ ଏବେ ଜବର ଦଖଲକାରୀ ମାନେ ଜୋର ଜବରଦସ୍ତ ଭାବେ ନିଜ କବଜାରେ ରଖି ତାକୁ ବିଭିନ୍ନ ଭାଗରେ ବିଭକ୍ତ କରି ବିକ୍ରି କରି ମାଲାମାଲ ହେଉଛନ୍ତି । ସ୍ଥାନୀୟ ପ୍ରଶାସନର ନୀରବତା ଯୋଗୁଁ ବହୁ ନିରୀହ ଜନସାଧାରଣ ଶୋଷଣର ଶିକାର ହେଉଥିବା ସମୟରେ ଜମି ମାଫିଆମାନେ ରାଜତ୍ୱ କରି ଚାଲିଛନ୍ତି ।ଏହି ଜବର ଦଖଲକୁ କେନ୍ଦ୍ର କରି ଦୈନନ୍ଦିନ ବହୁ ସାଂଘାତିକ ଘଟଣା ମାନ ଘଟୁଅଛି ।

ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ତହସିଲ ପକ୍ଷରୁ କୌଣସି ସରକାରୀ ଜାଗା ଉଛେଦ ହୋଇ ନାହିଁ ବୋଲି ବୋଲି ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଏହି ସରକାରୀ ଜାଗାକୁ କେନ୍ଦ୍ର କରି ବେଗୁନିଆ ବ୍ଲକ ଅନ୍ତର୍ଗତ ଶଗଡ଼ଭଙ୍ଗା ପଞ୍ଚାୟତ ବେତରଜଙ୍ଗ ଓ ଶଗଡ଼ଭଙ୍ଗା ଗ୍ରାମ ମଧ୍ୟରେ ଗଣ୍ଡଗୋଳ ହୋଇ ନ୍ୟାୟ ପାଇବା ଆଶାରେ ସିକୋ ଫାଣ୍ଡି ଆଗରେ ବେତରଜଙ୍ଗ ଗ୍ରାମବାସୀମାନେ ଧାରଣାରେ ବସିଥିଲେ ।

(ବିଜ୍ଞାପନ)

ସଂପୃକ୍ତ ପଞ୍ଚାୟତର ବେତରଜଙ୍ଗ ମୌଜାର ବାଲୁଙ୍କେଶ୍ୱର ଦେବ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ନାମକରଣ ଓ ନିକଟରେ ଥିବା ଗୋଚର ଜମିକୁ ନେଇ ଦୁଇ ଗ୍ରାମ ମଧ୍ୟରେ ବିବାଦ ସୃଷ୍ଟି ହୋଇଅଛି । ବିଦ୍ୟାଳୟଟି ବେତରଜଙ୍ଗ ଗ୍ରାମବାସୀମାନେ ପରିଚାଳନା କରୁଥିବା ବେଳେ ଶଗଡ଼ଭଙ୍ଗା ଗ୍ରାମବାସୀ ଉଭୟ ସମସ୍ୟାକୁ ନେଇ ବିରୋଧ କରିଛନ୍ତି ।ଏହି ଗୋଚର ଜମିଟିକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ବିବାଦ ଠାରୁ ଦୂରେଇ ରହିବା ପାଇଁ ବିଦ୍ୟାଳୟର ଉନ୍ନତି ନିମନ୍ତେ କାଜୁ ମଞ୍ଜି ଲଗାଇ ବାଡ଼ ଦେଇ ଆଗରେ ରହିଥିବା ପଡିଆକୁ ଅଧ୍ୟୟନ ରତ ଛାତ୍ରଛାତ୍ରୀମାନଙ୍କ ନିମିତ୍ତ ଖେଳପଡ଼ିଆ ଭାବରେ ବ୍ୟବହାର କରୁଛନ୍ତି । କାଜୁ ମଞ୍ଜି ଲଗାଇବା ଜାଗାରେ ଗତକାଲି ସନ୍ଧ୍ୟାରେ ଶଗଡ଼ଭଙ୍ଗା ଗ୍ରାମବାସୀମାନେ ବାଡ଼କୁ ଭାଙ୍ଗି ଟ୍ରାକ୍ଟରରେ ରୋଟର ଲଗାଇ ସମତୁଲ କରିବାରେ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ସିକୋ ଫାଣ୍ଡିରେ ଉଭୟ ପକ୍ଷରୁ ଅଭିଯୋଗ ହୋଇଥିଲା । ସ୍ଥାନୀୟ ଫାଣ୍ଡି ଅଧିକାରୀ ବିନୟ ଭୂଷଣ ବେହେରା ଘଟଣାର ତଦନ୍ତ କରିବା ପାଇଁ ଶଗଡ଼ଭଙ୍ଗା ଗ୍ରାମକୁ ଯାଇଥିବା ବେଳେ ବେତରଜଙ୍ଗ ଗ୍ରାମକୁ ଯାଇନଥିଲେ ।ଏହି ଘଟଣାରେ ବେତରଜଙ୍ଗ ଗ୍ରାମବାସୀମାନେ ମଙ୍ଗଳବାର ପୂର୍ବାହ୍ନରେ ସିକୋ ଫାଣ୍ଡି ଆଗରେ ଧାରଣାରେ ବସିଥିଲେ ।

ଖବର ପାଇ ଜଙ୍କିଆ ଥାନା ଅଧିକାରୀ ମୃଣ୍ମୟ ସେନାପତି ଓ ବେଗୁନିଆ ତହସିଲଦାର ପୋଲିସ ଫୋର୍ସ ଧରି ଘଟଣା ସ୍ଥଳରେ ପହଁଚି ଲୋକମାନଙ୍କୁ ବୁଝାସୁଝା କରି ଘଟଣାର ସମାଧାନ କରିବାକୁ ପ୍ରତିଶୃତି ଦେବା ପରେ ଦୀର୍ଘ ୫ ଘଣ୍ଟା ପରେ ଧାରଣାରୁ ଉଠିଥିଲେ ।ଏହି ଗୋଚର ଜମିରେ ୧୪୪ଧାରା ଜାରି କରିବା ସହ ଉଭୟ ଗ୍ରାମର ଭଦ୍ରବ୍ୟକ୍ତି,ସିକୋ ସରପଞ୍ଚ ସୁରେଶ କୁମାର ସାହୁ ଓ ସ୍ଥାନୀୟ ସରପଞ୍ଚଙ୍କୁ ନେଇ ଆଗାମୀ ୨୮ ତାରିଖ ଦିନ ଆପୋଷ ସମାଧାନ କରିବା ପାଇଁ ସର୍ବସମତି କ୍ରମେ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart