Saturday, October 23, 2021
Home ଖବର ବର୍ଷା ଅଭାବ ଯୋଗୁଁ ବେଗୁନିଆ ବ୍ଲକରେ ତଳି ନଷ୍ଟ ଚିନ୍ତାରେ ଚାଷୀ..

ବର୍ଷା ଅଭାବ ଯୋଗୁଁ ବେଗୁନିଆ ବ୍ଲକରେ ତଳି ନଷ୍ଟ ଚିନ୍ତାରେ ଚାଷୀ..

ବର୍ଷା ଅଭାବ ଯୋଗୁଁ ତଳି ନଷ୍ଟ ଚିନ୍ତାରେ ଚାଷୀ


ଖୋର୍ଦ୍ଧା, ତା୨୭/୬- ବର୍ତ୍ତମାନ ଖରିଫ ଋତୁ ଆରମ୍ଭ ହୋଇଥିବାରୁ ଚାଷୀ ନିଜର ଜମିରେ ଧାନ ଚାଷ କରିବା ସହ ତଳି ପକାଇବା କାମରେ ବ୍ୟସ୍ତ ରହୁଅଛି । କିନ୍ତୁ ମୌସୁମୀ ବର୍ଷା ଆଗମନରେ ଚାଷୀ ନିଜର କାର୍ଯ୍ୟ ଗୁଡିକ ଶେଷ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବର୍ଷାର ପରିମାଣ କମ ହେତୁ ଆଉ କାର୍ଯ୍ୟ ଆଗକୁ ନଯାଇ ଧିମା ଅବସ୍ଥାରେ ରହିଛି ।

ବେଗୁନିଆ ବ୍ଲକର ୨୧ଗୋଟି ପଞ୍ଚାୟତରେ ମୋଟ ୧୪,୦୯୨ହେକ୍ଟର ଧାନ ଜମି ରହିଛି । ବର୍ତ୍ତମାନ ସୁଦ୍ଧା ୫,୫୭୬ ହେକ୍ଟର ଚାଷଜମିରେ ଧାନ ବୁଣା କାର୍ଯ୍ୟକ୍ରମ ଶେଷ ହୋଇଯାଇଥିବା ସମୟରେ ୫୧୫ ହେକ୍ଟର ଜମିରେ ତଳି ପକାଯାଇଛି ।ଅବଶିଷ୍ଟ ଜମିରେ ଜୁଲାଇ ମାସ ୧୫ ତାରିଖ ସୁଦ୍ଧା ତଳି ପକାଇବା ପାଇଁ ସମୟ ରହିଥିବାରୁ ପାଣିର ଆଵଶ୍ୟକତା ଦୃଷ୍ଟିରୁ ଜୁନ ସୁଦ୍ଧା ୧୯୦ ମିଲିମିଟର ବର୍ଷା ହୋଇଛି । ଏହି ବର୍ଷାର ପରିମାଣ ଆଵଶ୍ୟକତା ଠାରୁ ଅଧିକ ହୋଇଥିଲେ ମଧ୍ୟ ଏବେ ୧୦ ଦିନ ହେବ ଖରାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଚାଷ ଜମିରେ ତଳି ପକାଇଥିବା ଅଧିକାଂଶ ସ୍ଥାନରେ ପାଣି କମି ଯାଇଥିବା ବେଳେ ଜମି ଗୁଡିକ ଶୁଷ୍କ ହୋଇ ତଳି ନଷ୍ଟ ହେବା ସହ ହଳଦିଆ ହୋଇ ମଉଳିବାରେ ଲାଗିଛି ।

ଆଗାମୀ ଦିନରେ ଏହିଭଳି ଖରାର ପ୍ରକୋପ ଲାଗି ରହିଲେ ତଳି ଗୁଡିକ ନଷ୍ଟ ହେବା ସହ ଗଜା ମରୁଡି ଦେଖାଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଏ ନେଇ ବେଗୁନିଆ କୃଷି କାର୍ଯ୍ୟାଳୟର ମଣ୍ଡଳ କୃଷି ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ ଓ ସହକାରୀ କୃଷି ଅଧିକାରୀ ରତିକାନ୍ତ ପଟ୍ଟନାୟକଙ୍କ ସହିତ ଯୋଗାଯୋଗ କରିବାରୁ ଏ ପର୍ଯ୍ୟନ୍ତ ତଳି ଓ ଧାନ ଫସଲ ନଷ୍ଟ ହେବାର ଖବର ମିଳିପାରି ନଥିବା ବେଳେ ଆଗାମୀ ଦୁଇ ଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...